Latest Odisha News

ଅକ୍ସିଜେନ୍ ଅଭାବରୁ ପୁଣି ଚାଲିଗଲା ୪ ଜଣଙ୍କ ଜୀବନ

ଗୁରୁଗ୍ରାମ : ମହାମାରୀ କରୋନାକୁ ନେଇ ଏବେ ସାରା ଦେଶରେ ଆତଙ୍କ ଆଉ ଆତଙ୍କ । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଭୟଭୀତ ହେଲେଣି ଲୋକେ । ଏହାରି ଭିତରେ ଲୋକଙ୍କୁ ଆହୁରି ଭୟଭୀତ କରି ପକାଇଛି ଅକ୍ସିଜେନ୍ ଅଭାବ । ହସପିଟାଲରେ ଅକ୍ସିଜେନ୍ ଲଗାତର ଭାବେ ରୋଗୀଙ୍କ ମୃତ୍ୟୁ ହେଉଥିବା ନଜରକୁ ଆସୁଛି । ତେବେ ଆଜି ପୁଣି ଅକ୍ସିଜେନ୍ ଅଭାବରୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଠିକ୍ ସମୟରେ ଅକ୍ସିଜେନ୍ ନମିଳିବାରୁ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ଆଜି ସକାଳୁ ଗୁରୁଗ୍ରାମର ଏକ ହସପିଟାଲରେ ଅକ୍ସିଜେନ୍ ସରିଯାଇଥିଲା । ଯେଉଁଥି ପାଇଁ ୪ ଜଣ ରୋଗୀଙ୍କର ଅକାଳରେ ମୃତ୍ୟୁ ହୋଇଛି । ପ୍ରଶାସନର ଅବହେଳା ପାଇଁ ଏଭଳି ଘଟଣା ଘଟିଲା ବୋଲି ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରେବାଡିର ମୁଖ୍ୟ ଚିକିତ୍ସା ଅଧିକାରୀ ।

ସୂଚନା ଅନୁସାରେ, ଗତକାଲି ଅକ୍ସିଜେନ୍ ଅଭାବରୁ ଜୟପୁରର ଗୋଲଡେନ୍ ହସ୍ପିଟାଲରେ ୨୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ତେବେ ହସପିଟାଲରେ ଅକ୍ସିଜେନ୍ ଅଭାବରୁ ଦୂର କରିବା ପାଇଁ ମୁଖ୍ରମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ୍ ପଠାଇବାକୁ ଚିଠି ଲେଖିଥିଲେ ।

Leave A Reply

Your email address will not be published.