Latest Odisha News

ବାୟୁସେନାର ଏୟାର ଶୋ’ ଦେଖିବା ବେଳେ ଅଘଟଣ, ୪ ମୃତ

ଚେନ୍ନାଇ: ଆଜି ଚେନ୍ନାଇର ମରୀନା ଏୟାରଫିଲ୍ଡରେ ୯୨ତମ ଭାରତୀୟ ବାୟୁସେନା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବାୟୁସେନା ପକ୍ଷରୁ ଏୟାର ଆଡଭେନଚର ଶୋ ଆୟୋଜିତ ହୋଇଥିଲା।

ଖବର ଅନୁଯାୟୀ, ଏହି ଶୋ ଦେଖିବା ପାଇଁ ଟ୍ରେନ୍, ମେଟ୍ରୋ, ବସ୍ ଏବଂ କାର୍ ଯୋଗେ ପ୍ରାୟ ୧୩ ଲକ୍ଷ ଲୋକ ଏଠାରେ ପହଞ୍ଚିଥିଲେ। ଶୋ ୧୧ ଟାରୁ ଆରମ୍ଭ ହୋଇଥିବାବେଳେ ଲୋକମାନେ ଭଲ ସ୍ଥାନ ପାଇବା ପାଇଁ ସକାଳ ୭ଟାରୁ ପହଞ୍ଚିବା ଆରମ୍ଭ କରିଥିଲେ। ୧୬ ଲକ୍ଷ ଲୋକଙ୍କ ଏକତ୍ର କରି ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସାମିଲ ହେବା ଏହି ଏୟାର ଶୋ’ର ଲକ୍ଷ ଥିଲା।

ଅପରପକ୍ଷରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ମରୀନା ବିଚ୍ ନିକଟ ଉଠା ଦୋକାନଗୁଡ଼ିକୁ ହଟାଇ ଦିଆଯାଇଥିଲା। ଫଳରେ ଲୋକମାନେ ପ୍ରବଳ ଖରାରେ ହଟହଟା ହେବା ସହ ପାଣି ଟୋପେ ପାଇପାରିନଥିଲେ। ଏପରିକି ୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ହିଟ୍ ଷ୍ଟ୍ରୋକ୍‌ରେ ପ୍ରାଣ ହରାଇଥିବା ଡାକ୍ତରମାନେ କହିଛନ୍ତି। ଖରା ହେଉଥିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ବହୁ ଲୋକ ଛତା ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ବହୁ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି।

ତେବେ ଏୟାର ଶୋ’ ଶେଷ ହେବା ପରେ ଲୋକେ ଏକାବେଳେ ସେଠାରୁ ଚାଲିଯିବାକୁ ବାହାରିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

 

Leave A Reply

Your email address will not be published.