ଖୋର୍ଦ୍ଧା: ଖୋର୍ଦ୍ଧା ଟାଙ୍ଗୀ ଥାନା ଭୁଷଣ୍ଡପୁର ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ବାଣ ପ୍ରସ୍ତୁତି ବେଳେ ଆଜି ସକାଳେ ଏହି ବିସ୍ଫାରଣ ଘଟିଛି । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।
ଦୋଳ ଉତ୍ସବ ପାଇଁ ଏଠାରେ ବାଣ ପ୍ରସ୍ତୁତି ଚାଲିଥିଲା । ଗୋଟିଏ ଘରେ ବାଣକୁ ରଖାଯାଇଥିବାବେଳେ ହଠାତ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଯୋଗୁ ୪ଟି ଘର ଜଳି ଯାଇଥିଲା । ଘର ଭିତରେ ଥିବା ୪ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଅନ୍ୟ ୪ଜଣ ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଓ ଟାଙ୍ଗୀ ଥାନା ପୁଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ଚୋରାରେ ବାଣ ତିଆରି କାମ ଚାଲିଥିଲା । ଦୋଳ ମେଳଣ ସମୟରେ ଏଠାରେ ବାଣ ପ୍ରତିଯୋଗିତା ହୋଇଥାଏ। ତେଣୁ ବାଣ କାରବାର ଭଲ ହୋଇଥାଏ । ତେଣୁ ଏଠାରେ ମଧ୍ୟ ବହୁ ସଂଖ୍ୟରେ ବାଣ ପ୍ରସ୍ତୁତି ଚାଲିଥିଲା । ଘରେ ଭିତରେ ୮ଜଣ ବ୍ୟକ୍ତି ଥିବେଳେ ବିସ୍ଫୋରଣ ହେଇଥିଲା । ଫଳରେ ସେମାନେ ବାହାରକୁ ବାହାରି ପାରିନଥିଲେ । ବାଣ ଏତେ ଜୋରରେ ଫୁଟୁଥିଲା ଯେ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ୪ ଗୁରୁତର ଆହତ ହୋଇଛନ୍ତି ।
Comments are closed.