Latest Odisha News

କଳାହାଣ୍ଡି ଗଣଦୁଷ୍କର୍ମ ମାମଲାରେ ୪ଜଣ ଅଟକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଏକ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପ୍ଟେମ୍ବର ୧୪ ତାରିଖରେ କଲେଜ ଛାତ୍ରୀଙ୍କୁ ଘଞ୍ଚ ଜଙ୍ଗଲରେ ଗଣଦୁଷ୍କର୍ମ କରାଯିବା ପରେ ଅଭିଯୁକ୍ତମାନେ ଅଶ୍ଳୀଳ ଦୃଶ୍ୟର ଭିଡ଼ିଓ ଉତ୍ତୋଳନ କରାଯାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଦେଇଥିବା ଅଭିଯୋଗ ହୋଇଛି ।

“୪ଜଣ ବ୍ୟକ୍ତିଙ୍କୁ ଆମେ ଧରି ଥାନାରେ ପଚରାଉଚରା କରୁଛୁ, ଖୁବଶିଘ୍ର ମୁଖ୍ୟ ଅଭିଯୁକ୍ତକୁ ଆମେ ଧରିବାରେ ସଫଳ ହୋଇପାରିବୁ । ବିଭିନ୍ନ ସ୍ଥାନରେ ଏବେ ଏହି ୪ଜଣଙ୍କୁ ଧରି ପଚରାଉଚରା ଚାଲିଛି,”ବୋଲି କଳାହାଣ୍ଡି ଏସପି ବି ଗଙ୍ଗାଧର ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ।

ସେହିପରି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା କଳାହାଣ୍ଡିର ଜୁନାଗଡ଼ ପହଞ୍ଚି ଘଟଣା ସମ୍ପର୍କରେ ପୋଲିସଠାରୁ ସମସ୍ତ କଥା ପଚାରି ବୁଝିଛନ୍ତି । ଜୁନାଗଡ଼ ହସ୍ପିଟାଲରେ ପୀଡ଼ିତା ଜଣକ ରହି ଚିକିତ୍ସିତ ହେଉଥିବା ବେଳେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ତାଙ୍କୁ ଭେଟିଛନ୍ତି ।

ଗଣମାଧ୍ୟମକୁ ଶ୍ରୀମତୀ ବେହେରା କହିଛନ୍ତି, କେଉଁ ପରିସ୍ଥିତିରେ ଏହି ଦୁଷ୍କର୍ମ ଘଟଣା ଘଟିଛି ତାହା ପୋଲିସଠାରୁ ଆମେ ସୂଚନା ପାଇଛୁ । ତେବେ ସୋସିଆଲ୍ ମିଡ଼ିଆରେ ଏହି ଘଟଣାରେ ଯେଉଁ ଭିଡ଼ିଓ ଗୁଡ଼ିକ ଭାଇରାଲ୍ ହୋଇଛି ତାହାକୁ ଅପରାଧିକ ବିଭାଗ ପକ୍ଷରୁ ଉଠାଇନେବାକୁ ପ୍ରଚେଷ୍ଟା ଜାରି ରହିଥିବା ସୂଚନା ଦେଇଛନ୍ତି ଅଧ୍ୟକ୍ଷା ।

ରାଜ୍ୟରେ ମହିଳା ମାନଙ୍କ ସୁରକ୍ଷା ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ବେହେରା କହିଛନ୍ତି, ମହିଳାମାନେ ରାଜ୍ୟରେ ସୁରକ୍ଷିତ ଅଛନ୍ତି । ଅସାମାଜିକ ତତ୍ତ୍ୱଙ୍କ ଉପରେ ଦୃଢ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏପରି ଘୃଣ୍ୟ ଅପରାଧ କରିବାକୁ କେହି ସତସାହସ କରିପାରନ୍ତେ ନାହିଁ ।

Leave A Reply

Your email address will not be published.