Latest Odisha News

ସୋସିଆଲ୍ ମିଡିଆର ଦୂରୁପଯୋଗ ରୋକିବା ଲାଗି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିନକୁ ଦିନ ସୋସଆଲ୍ ମିଡିଆର ଦୂରୁପଯୋଗ ବଢୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ ରୋକ ଲଗାଇବା ତଥା ସନ୍ତୁଳନ ବଜାୟ ରଖିବା ପାଇଁ ମଙ୍ଗଳବାର ଦିନ ସ୍ୱତନ୍ତ୍ର ଗାଇଡ ଲାଇନ୍ ପ୍ରସ୍ତୁତ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏପରିକି ଆସନ୍ତା ୩ ସପ୍ତାହ ମଧ୍ୟରେ ଏକ ସତ୍ୟପାଠ ଜରିଆରେ ଏହି ଗାଇଡଲାଇନ୍ ସମ୍ପର୍କରେ କୋର୍ଟକୁ ଜଣାଇବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ଏକ ମାମଲାର ବିଚାର କରିବା ଅବସରରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ସୋସଆଲ୍ ମିଡିଆର ଅପପ୍ରଚାର ତଥା ଦୂରୁପଯୋଗ ଉପରେ କିିପରି ରୋକ୍ ଲଗାଯାଇପାରିବ, ସେନେଇ ନୂତନ ଆଇନର ପ୍ରାବଧାନ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ।

ଏହି ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ସୋସିଆଲ ମିଡିଆ ଜରିଆରେ ଉପୁଜୁଥିବା ସମସ୍ୟାକୁ ରୋକିବା ଲାଗି ଉଚିତ୍ ଗାଇଡଲାଇନ୍ ପ୍ରସ୍ତୁତ କରନ୍ତୁ ସରକାର । ସୋସିଆଲ୍ ମିଡିଆରେ ଯେଉଁ ବାର୍ତ୍ତା ଓ ଭିଡିଓ ଆଦି ଉପଲବ୍ଧ ହେଉଛି, ତା’ର ଠିକଣା ଖୋଜି ବାହାର କରିବା ଅତ୍ୟନ୍ତ ଚିନ୍ତାଜନକ । ଯେଉଁଥିପାଇଁ ଏକ ସଠିକ୍ ନିୟମ ରହିବା ଆବଶ୍ୟକ ।

Leave A Reply

Your email address will not be published.