Latest Odisha News

ପରିବେଶ ପ୍ରେମୀଙ୍କୁ ଘାରିଲା ଡଲଫିନ୍ ମୃତ୍ୟୁ, ୨୦୧୯ରେ ୪ଟି ମୃତଦେହ ଉଦ୍ଧାର

ବ୍ରହ୍ମଗିରି : ଚଳିତ ବର୍ଷ ଆରମ୍ଭରୁ ତଥା ଜାନୁୟାରୀ ଓ ଫେବୃୟାରୀ ମାସରେ ଚିଲିକା ହ୍ରଦରେ ୪ଟି ବିରଳ ପ୍ରଜାତିର ଇରାୱାଡି ଡଲଫିନର ପ୍ରାଣହାନୀ ଘଟିଛି। ଫଳରେ ଏଭଳି ଘଟଣା ବନବିଭାଗ ଅଧିକାରୀ, ପରିବେଶବିତ୍ ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଏକପ୍ରକାର ଚିନ୍ତାର ବିଷୟ ପାଲଟିଛି ।

ପୁରୀ ଜିଲ୍ଲାର ଘାଟପେନ୍ଥାରେ ଫେବୃଆରି ୨୪ ତାରିଖ ଦିନ ଏକ ବିରଳ ଇରାୱାଡି ଡଲଫିନର ମୃତଦେହ ଦେଖିବାକୁ ମିଳିଥିଲା । ବନ୍ୟଜୀବ ବିଶେଷଜ୍ଞଙ୍କ ମତରେ ଜଳ ପ୍ରଦୂଷଣ ଓ ମୋଟର ଚାଳିତ ଡଙ୍ଗା ଚଳାଚଳ ଏହି ବିରଳ ଡଲଫିନ ଗୁଡିକର ମୃତ୍ୟୁର କାରଣ ପାଲଟିଛି । ଏନେଇ ବ୍ରହ୍ମଗିରି ଅତିରିକ୍ତ ପ୍ରାଣୀଧନ ଚିକିତ୍ସକଙ୍କ କହିବା ଅନୁଯାୟୀ, ନିମୋନିଆ ଯୋଗୁ ଡଲଫିନଗୁଡ଼ିକ ମୃତ୍ୟୁମୁଖରେ ପଡୁଛନ୍ତି। ଆହୁରି ମଧ୍ୟ ସାତପଡା ରେଞ୍ଜ ଅଧିକାରୀ କହିବାନୁଯାୟୀ ମୃତ ଡଲଫିନର ବ୍ୟବଚ୍ଛେଦ ରିର୍ପୋଟ ଆସିବା ପରେ ତଦନୁଯାୟୀ ପଦକ୍ଷେପ ନିଆଯିବ।

ଗତ ମାସରେ କରାଯାଇଥିବା ଗଣନାନୁଯାୟୀ ଏବେ ଚିଲିକାରେ ଡଲଫିନଘଙ୍କ ସଂଖ୍ୟା ୧୧୩ ରହିଛି । ଫେବୃଆରି ୨୧ ତାରିଖରେ ଜାରି କରାଯାଇଥିବା ଏକ ରିପୋର୍ଟନୁଯାୟୀ ଚଳିତ ବର୍ଷ ସାତପଡାରେ ଡଲଫ୍ନଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ବାସ୍ତବରେ ୨୦୧୮ ମସିହାରେ ରାଜ୍ୟରେ ଡଲଫିନ ସଂଖ୍ୟା ୪୬୯ରୁ ୨୫୯କୁ ହ୍ରାସ ପାଇଛି ।

ସାଧାରଣତଃ ଓଡିଶାରେ ୩ ପ୍ରକାର ପ୍ରଜାତିର ଡଲଫିନ୍ ଦେଖାଯାଇଥାନ୍ତି । ସେଗୁଡିକ ହେଲା- ଇରାୱାଡି (୧୩୦), ବଟଲ୍ ନୋଜ୍ (୧୬) ଏବଂ ହେପବ୍ୟାକ୍ (୧୧୬) । ଇରାୱାଡି ଡଲଫିନ ଗୁଡିକ ଚିଲିକାର ଲୁଣି ପାଣିରେ ଓ ନଦୀ ମୁହାଣରେ ଦେଖାଦେଇଥାଏ ।

Comments are closed.