Latest Odisha News

BREAKING NEWS

ଛତିଶଗଡରୁ ମିଳିଲା ଦୁର୍ଲଭ ପ୍ରଜାତିର ମାଛ

ଜାଂଜିଗିର: ଛତିଶଗଡର ଜାଂଜିଗିର-ଚାମ୍ପାରୁ ଏକ ଦୁର୍ଲଭ ପ୍ରଜାତିର ମାଛ ମିଳିଛି । ନଦୀକୁ ମାଛ ଧରିବାକୁ ଯାଇଥିବା ଜଣେ ଯୁବକଙ୍କ ଜାଲରେ ଏହା ପଡିଥିଲା । ପ୍ରାୟତଃ ଏହି ୪ ଆଖିଥିବା ମାଛ ଆମେରିକାର ଆମାଜନ ନଦୀରେ ମିଳିଥାଏ । ଆନ୍ତର୍ଜାତୀୟ ବଜାରରେ ଏହି ମାଛର ମୂଲ୍ୟ ଅଧିକ ହୋଇଥିବାରୁ ଯୁବକଜଣଙ୍କ ଏହାକୁ ଘରେ ବଂଚାଇ ରଖିଛି । ମାଛକୁ ଦେଖିବା ପାଇଁ ଲୋକଙ୍କ ଭୀଡ ହେଉଛି । ଏହି ମାଛ କିନ୍ତୁ କାହା ପାଇଁ ଉପଯୋଗୀ ନୁହେଁ । ଏହାକୁ କେହି ଖାଉ ନ ଥିବା ବେଳେ ସେ କିନ୍ତୁ ଅନ୍ୟ ମାଛକୁ ଖାଇ ଯାଇଥାଏ ।

ଏମାନଙ୍କ ବଂଶ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଯେଉଁଠାରେ ରୁହେ ସେଠାକାର ସନ୍ତୁଳନ ବିଗାଡି ଦେଇଥାଏ । ଜୀବ ବୈଜ୍ଞାନିକଙ୍କ ମତରେ ଭାରତର ନଦୀରେ ଏହା ମିଳିବା ଭଲ କଥା ନୁହେଁ । ମାଛର ଚାରୋଟି ଆଖିଥିବା ବେଳେ ଏହାର ପକ୍ଷ ଏରୋପ୍ଲେନ ସଦୃଶ । ୱାଇଲ୍ଡ, ବ୍ଲୁ ଟାଇଗର ଓ ବ୍ଲାକ ଟାଇଗର ଏହି ତିନି ଶ୍ରେଣୀରେ ଏହି ବିରଳ ପ୍ରଜାତିର ମାଛ ମିଳିଥାଏ । ବଡ ବଡ ନଦୀର ତଳେ ଏହି ମାଛ ରହିଥାଏ ।

Comments are closed.