Latest Odisha News

BREAKING NEWS

ବିରାଟକାୟ ମାଛ ଉଦ୍ଧାର: ଅସଲି ନା ନକଲି ଲୋକେ ଦ୍ୱନ୍ଦ୍ୱରେ

ଆଲଜେରିଆ:ଜଳାଶୟ ଭିତରେ ଅନେକ ପ୍ରକାରର ପ୍ରଜାତିର ଜଳଚର ଜୀବଜନ୍ତୁ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଜୀବଜନ୍ତୁକୁ କେହି ଜାଣନ୍ତି ନାହିଁ । ବେଳେବେଳେ ଭୁଲରେ ଏହି ଜୀବମାନେ ମଣିଷ ସାମ୍ନାକୁ ଆସିଥାନ୍ତି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ଏମିତି ଏକ ବିଶାଳୟକାୟ ମାଛର ଫଟୋ ଭାଇରାଲ ହେଉଛି, ଯାହା ଦେଖିବାକୁ ପୁରା ଅଦ୍ଭୁତ ।

ଫଟୋରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଡଙ୍ଗାରେ ଠିଆ ହୋଇଛନ୍ତି ଏବଂ ଏକ ବିଶାଳକାୟ ମାଛ ଧରିଛନ୍ତି । ଯାହାକୁ ସେ ସମୁଦ୍ରରୁ ଧରିଥିବା କହିଛନ୍ତି । ଯାହାର ଶରୀର ବହୁତ ବଡ, ପାଟି , ଆଖି, ଦାନ୍ତ, ନାକ, ଚେହେରାର ପୁରା ଗଠନ ଗୋରିଲା ପରି ଦେଖାଯାଉଛି । ଏହି ଫଟୋରେ ଲେଖାଯାଇଛି ଯେ, “ଏହା ଏକ ଆଲଜେରିଆର ଗୋରିଲା ମାଛ । ସାଧାରଣତଃ ଏହି ମାଛ ୩-୪ ଫୁଟ ଉଚ୍ଚ ହୋଇଥା’ନ୍ତି । ସେମାନେ ୧୩ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି । କିନ୍ତୁ ଅନେକ ବୈଜ୍ଞାନିକଙ୍କ ମତର ସେମାନେ ୪୮ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ । ଏହି ଅଦ୍ଭୁତ ମାଛକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏହି ଫଟୋକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ପ୍ରକୃତରେ ଏହା ଅସଲି ନା ନକଲି ସେ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । କେହି କେହି ଏହାକୁ ନକଲି ଫଟୋ କହୁଥିବା ବେଳେ ଆଉ କିଏ ମାଛ ଧରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି । କାରଣ ସେ ଏହି ଅଦ୍ଭୁତ ମାଛକୁ ସହଜରେ ଟେକି ଧରିଛନ୍ତି । ପୁଣି ଭୟ ବି କରୁ ନାହାନ୍ତି । ବାସ୍ତବରେ, ଏପରି କିଛି ମାଛ ନାହିଁ ।

Leave A Reply

Your email address will not be published.