Latest Odisha News

BREAKING NEWS

ଧରାପଡ଼ିଲେ ୪ ନକଲି ପରୀକ୍ଷାର୍ଥୀ, ଏନ୍‌ଆଇଟି କନିଷ୍ଠ ସହାୟକ ନିଯୁକ୍ତି ପରୀକ୍ଷା ଦେବାକୁ ଆସି ଅଟକ

ରାଉରକେଲା: ପରୀକ୍ଷା ସେଣ୍ଟରରୁ ୪ ନକଲି ପରୀକ୍ଷାର୍ଥୀ ଅଟକ। ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାରେ ନକଲି ଆଡ୍‌ମିଟ୍‌ କାର୍ଡ ଦେଖାଇ ପରୀକ୍ଷା ଦେବା ବେଳେ ୪ ଜଣ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି। ଏହି ଚାରି ଅଭିଯୁକ୍ତ ହେଲେ ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ ସୁନୀଲ। ଏମାନେ ହରିୟାଣା ରାଜ୍ୟର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଏନ୍‌ଆଇଟିରେ ସହକାରୀ କୁଳସଚିବ, କନିଷ୍ଠ ସହାୟକ ଆଦି ବିଭିନ୍ନ ପଦ ପାଇଁ ପରୀକ୍ଷା ଚାଲିଛି। ଏହି କ୍ରମରେ ଗତକାଲି କନିଷ୍ଠ ସହାୟକ ପଦ ପାଇଁ ଆଶାୟୀ ଶାରୀରିକ ପରୀକ୍ଷା ଦେଇଥିଲେ। ଅଟକ ଥିବା ଯୁବକମାନେ ନକଲି ଆଡ୍‌ମିଟ୍‌ କାର୍ଡ ବଳରେ ପରୀକ୍ଷା ହଲ୍‌ରେ ପ୍ରବେଶ କରିଥିଲେ। ଯାଞ୍ଚ ବେଳେ ସେମାନଙ୍କୁ ଅଧିକ ପଚରାଉଚୁରା କରିବା ପରେ ସନ୍ଦେହ ଘେରକୁ ଆସିଥିଲେ। ଏନେଇ ଏନ୍ଆଇଟି କର୍ତ୍ତୃପକ୍ଷ ସେକ୍ଟର-୩ ଥାନାକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ୪ ଯୁବକଙ୍କୁ ଥାନାକୁ ଆଣିଥିଲା।

Leave A Reply

Your email address will not be published.