Latest Odisha News

BREAKING NEWS

ଏପରି ଜାଗା, ଯେଉଁଠି ଓଲଟା ବହିଥାଏ ପାଣି: ବୈଜ୍ଞାନିକମାନେ ବି ଜାଣିପାରି ନାହାନ୍ତି ରହସ୍ୟ

ଛତିଶଗଡ: ବର୍ତ୍ତମାନ ସମୟରେ ବିଜ୍ଞାନ ବହୁତ ପ୍ରଗତି କରି ସାରିଲାଣି । ସବୁ କ୍ଷେତ୍ରରେ ବିଜ୍ଞାନ ଦ୍ଵାରା କରାଯାଇଥିବା ଉପଲବ୍ଧି ବିଷୟରେ ସମସ୍ତେ ଅବଗତ ଅଛନ୍ତି । କିନ୍ତୁ ଆଜି ବି ପୁରା ଦୁନିଆରେ ଏମିତି କେତେକ ସ୍ଥାନ ଏବଂ ରହସ୍ୟ ଅଛି ଯାହାଙ୍କ ବିଷୟରେ ଆଜି ବି ବିଜ୍ଞାନ ମଧ୍ୟ ଭେଦ କରିପାରି ନାହିଁ । ପ୍ରକୃତି ଦ୍ଵାରା କରାଯାଉଥିବା ଏହି ଅଦ୍ଭୁତ କରିସ୍ମା ଗୁଡିକ ପଛର କାରଣ ଆଜି ପର୍ଯ୍ୟନ୍ତ କେହି ଜାଣି ପାରି ନାହାନ୍ତି । ଆଜି ଆମେ ଆପଣଙ୍କୁ ପ୍ରକୃତି ଦ୍ଵାରା କରାଯାଇଥିବା ଏକ ଏମିତି କରିସ୍ମା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ସମସ୍ତେ ଜାଣିଥିବେ କି ପାଣି ଉପରୁ ତଳକୁ ପ୍ରବାହିତ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠି ପାଣି ଓଲଟା ଚାଲିଥାଏ ।

ଛତିଶଗଡରେ ମୈନପାଟ ନାମକ ଏକ ଜାଗା ଅଛି ଯାହାକୁ ସେଠାକାର ସିମଲା ମଧ୍ୟ କୁହାଯାଏ । ମୈନପାଟ ତାହାର ପ୍ରାକୃତିକ ସୁନ୍ଦରତା, ତିବ୍ବତୀ ଏବଂ ଜନଜାତୀୟ ସଂସ୍କୃତି ପାଇଁ ପରିଚିତ ଅଟେ । ତେବେ ସେଠାରେ ଏକ ସ୍ଥାନ ଅଛି ଯାହାର ନାମ “ଉଲଟା ପାନି” । ଏହି ଜାଗାରେ ପାଣି ଓଲଟା ପ୍ରବାହିତ ହୋଇଥାଏ । ତେବେ ଏହି ଜାଗାରେ ପାଣି କାହିଁକି ଓଲଟା ପ୍ରବାହିତ ହୋଇଥାଏ ତାହା ବୈଜ୍ଞାନିକମାନଙ୍କ ଭିତରେ ମଧ୍ୟ ଅଜଣା ।

ଉଲଟା ପାନି ନାମକ ଏହି ଜାଗା ଅମ୍ବିକାପୁର ଠାରୁ ୫୬ କିଲୋମିଟର ଦୂରରେ ବିସରପାଣି ନାମକ ଗ୍ରାମରେ ଅବସ୍ଥିତ । ସେଠିକାର କ୍ଷତ୍ରିୟ ଭାଷାରେ ବିସରପାଣିର ଅର୍ଥ ପାଣି ଝରିବା । ଏଠାରେ ପାଣି ରାସ୍ତାର କଡରେ ଥିବା ଚାଷ ଜମିର ଗୋଟିଏ କୋଣରୁ ଝରି ବିପରୀତ ଘାଟ ଆଡକୁ ପ୍ରବାହିତ ହୋଇଥାଏ । ପାଣିର ଏହି ଓଲଟା ଧାରା ପ୍ରାୟତଃ ୨ କିଲୋମିଟର ଲମ୍ବାରେ ପ୍ରବାହିତ ହୋଇଥାଏ । ଏଠି ଏହିଭଳି ପାଣି ପ୍ରବାହିତ ହେବା ଏକ ଆଶ୍ଚର୍ଯ୍ୟଜନକ କଥା ଅଟେ । ଭୌଗିଳିକବିଦ ମାନଙ୍କର ଅନୁସାରେ ଏଠାରେ ଏପରି ହେବାର କାରଣ ଗୁରୁତ୍ୱାକର୍ଷଣ ଏବଂ ଚୁମ୍ବକୀୟ ଅଟେ ।

Leave A Reply

Your email address will not be published.