ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ଡ୍ୟାମ୍ର ୪ଟି ଗେଟ୍ । ଉପର ମୁଣ୍ଡରେ ବନ୍ୟାଜଳ କମିବାରୁ ୪ଟି ଗେଟ୍ କୁ ବନ୍ଦ କରିଦିଆଯାଇଛି । ଏବେ ୧୬ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ । ପୂର୍ବରୁ ହୀରାକୁଦ ଡ୍ୟାମର ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ପାଣି ନିଷ୍କାସିତ ହେଉଥିଲା ।
ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ବର୍ଷା ଲାଗି ରହିବା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା ଦେଖାଦେଇଛି । ତେବେ ହୀରାକୁଦ ବନ୍ୟା ଜଳ ଛାଡିବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି ।
ତେବେ ରବିବାର ଦିନ ଚଳିତବର୍ଷର ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡାଯାଇଥିଲା । ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା ପରେ ଡ୍ୟାମର ୧୨ଟି ଗେଟ୍ ଖୋଲାଯାଇଥିଲା ପରେ ଆଉ ଗୋଟିଏ ଗେଟ୍ ଖୋଲିଯାଇଥିଲା । ଛତିଶଗଡ଼ରେ କ୍ରମାଗତ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଉପରେ ଥିବା କଲମା ଆନିକଟର ସମସ୍ତ ଫାଟକ ଖୋଲି ଦିଆଯାଇଥିଲା । ଯାହାଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିଲା ।
Comments are closed.