Latest Odisha News

BREAKING NEWS

୧୭ ଲକ୍ଷ ଟଙ୍କା ପୁରସ୍କାର ରାଶିଥିବା ୪ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି । ପୁଣି ବାସାଗୁଡା ଜଙ୍ଗଲ ରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯେଉଁଥିରେ ପୋଲିସର ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ସମେତ ୪ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି ।

ଘଟଣା ସ୍ଥଳରୁ ଏସଏଲଆର ଓ ଆଇଏନଏସଏଏସ, ଭଳି ପାଞ୍ଚଟି ଅଟୋମେଟିକ ବନ୍ଧୁକ ଜବତ ହୋଇଛି । ଏହା ସହ ରକେଟ୍ ବୋମା ଗ୍ରେନେଡ୍ ଓ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ତେବେ ନିହତ ହୋଇଥିବା ସମସ୍ତ ମାଓବାଦୀଙ୍କ ଉପରେ ୧୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।

ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏସଟିଏଫ୍, ଡିଆରଜି ଏବଂ ସିଆରପିଏଫ୍ ଜବାନଙ୍କ ମିଳିତ ଅପରେସନ ବେଳେ ସୁରକ୍ଷା ବାହିନୀକୁ ଏହି ସଫଳତା ମିଳିଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।

ସେପଟେ, ଆନ୍ଧ୍ର ପ୍ରଦେଶ ବିଜୟୱାଡା ଠାରେ କୁଖ୍ୟାତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ଗତ ତିନି ଦଶନ୍ଧି ଧରି ମାଓ ସଂଗଠନରେ ସକ୍ରିୟ ଥିବା ମାଓ ଦମ୍ପତି ଜୋରିଗେ ନାଗରାଜୁ ଓରଫ କମଲେଶ ଓ ତାଙ୍କ ପତ୍ନୀ ମେଦକା ଜ୍ୟୋତିଶ୍ୱରୀ ଓରଫ ଅରୁଣା  ଆନ୍ଧ୍ର ପୁଲିସ ମହାନିର୍ଦେଶକ ହରିଶ କୁମାର ଗୁପ୍ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓ ଦମ୍ପତ୍ତିଙ୍କ ସୂଚନା ଆଧାରରେ ବିଭିନ୍ନ ସ୍ଥାନରୁ ପୁଲିସ ୧୮ଟି ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ମାଓଦମ୍ପତିଙ୍କ ସୂଚନା ଆଧାରରେ ଆଲୁରି ସୀତାରାମରାଜୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗୋଟିଏ ଏକେ-୪୭ ବନ୍ଧୁ,  ୫ ଟି ଏସଏସଆର, ୨ଟି ଇନସାସ୍, ୨ଟି ବିଜିଏସ ସହ ୬୦୬ ରାଉଣ୍ଡ ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

Comments are closed.