Latest Odisha News

ମହାରାଷ୍ଟ୍ର ଗଡ଼ଚିରୋଲିରେ ୪ ହାର୍ଡକୋର୍ ମାଓବାଦୀ ନିପାତ

ଗଡ଼ଚିରୋଲି: ନକ୍ସଲ ଦମନରେ ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ମହାରାଷ୍ଟ୍ର-ଛତିଶଗଡ଼ର ସୀମାନ୍ତ ଗଡ଼ଚିରୋଲି ଥାନା ଅଧୀନ ଏକ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓମାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିମାଡ଼ରେ ୪ ଜଣ ମାଓବାଦୀ ନିପାତ ହୋଇଛନ୍ତି ।

ମାଓବାଦୀମାନେ ଏକ ବଡ଼ଧରଣର ଅଘଟଣ ଘଟାଇବାକୁ ଯାଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଥିଲା ଗଡ଼ଚିରୋଲି ପୋଲିସ । ଏହାପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶଙ୍କ ନେତୃତ୍ବରେ ମାଓବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ କରାଯାଇଥିଲା । କୱାଣ୍ଡେ ଓ ନେଲଗୁଣ୍ଡାରେ ଅପରେସନ ଜାରି କରିଥିଲା । ଏହି ସମୟରେ ମାଓବାଦୀମାନେ ପ୍ରଥମେ ଗୁଳିବର୍ଷା କରିଥିଲେ ଆଉ ଏହାର ପ୍ରତି ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ପ୍ରାୟ ୨ ଘଣ୍ଟା ଧରି ଗୁଳିବିନିମୟ ଲାଗିରହିଥିଲା ।

ଏହାପରେ ସୁରକ୍ଷା ବାହିନୀ ଗୁଳିରେ ସଫାହୋଇଥିଲେ ୪ ଜଣ ମାଓବାଦୀ । ସେମାନଙ୍କ ମୃତଦେହ ସହ ତାଙ୍କ ନିକଟରୁ ଗୋଟିଏ ସ୍ବୟଂଚାଳିତ ରାଇଫଲ, ୨ଟି ୩୦୩ ରାଇଫଲ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।

Comments are closed.