ମୁମ୍ବାଇ: ଦୁର୍ବଳ ହେଉଛି ମାଓ ସଙ୍ଗଠନ। ୪ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିବାର ଖବର ମିଳିଛି। ମହାରାଷ୍ଟ୍ରର ଗଢଚିରୋଲି ଠାରେ ୨ ମହିଳା ଓ ୨ ପୁରୁଷ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାଁରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ପରେ ଭୟଭୀତ ହୋଇ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ।
ମାଓବାଦୀଙ୍କ TCOC ଆରମ୍ଭରୁ ଚାରି ଜଣ ହାର୍ଡକୋର ନକ୍ସଲ ମହାରାଷ୍ଟ୍ର ଗଡଚିରୋଲି ପୋଲିସ ଓ CRPF ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଜଣେ ଡିଭିଜନାଲ୍ କମିଟି ସଦସ୍ୟ ଓ ଜଣେ ଏରିଆ କମିଟି ସଦସ୍ୟ ସହ ଦୁଇ ଜଣ ପ୍ଲାଟୁନ୍ ସଦସ୍ୟ ଗଡ଼ଚିରୋଲି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଚାରି ହାର୍ଡକୋର ମାଓବାଦୀ ହେଲେ ଅଶୋକ ପୋଚ୍ୟା ସାଦେକ, ବନିତା ଦୋହେ ଜୋର, ସାଧୁ ଲିଙ୍ଗୁ ଓ ମୁନ୍ନି ପୋଡିଆ କୋରସା।
ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ମାଓମୁକ୍ତ ଭାରତ ଗଠନ ଲାଗି ତାରିଖ ଘୋଷଣା ହେବା ପରେ ୨୦୨୪ରେ ଛତିଶଗଡରେ ୧୮୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେହିପରି ୫୦୩ ଜଣ ମାଓବାଦୀ ପୋଲିସ ହାତରେ ଗିରଫ ହେବା ପରେ ମାଓ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି।
Comments are closed.