Latest Odisha News

BREAKING NEWS

ବେଆଇନ ଅସ୍ତ୍ରଶସ୍ତ୍ର ଓ ପଶୁ ଅଙ୍ଗ ରଖିବା ମାମଲା; ୪ ଶିକାରୀ ଗିରଫ

ଗଞ୍ଜାମ: ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ବଡ଼ଗଡ଼ ବନ ବିଭାଗ ଅଧୀନ ବୁଢ଼ାମ୍ବ ଗାଁରେ ୪ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବେଆଇନ ଅସ୍ତ୍ର ଶସ୍ତ୍ର ଓ ପଶୁ ଅଙ୍ଗ ରଖିବା ମାମଲାରେ ୪ ଶିକାରୀ ଗିରଫ ହୋଇଛନ୍ତି ।

ସେମାନଙ୍କ ଠାରୁ ଶିକାରରେ ବ୍ୟବହୃତ ୩ଟି ଦେଶୀ ବନ୍ଧୁକ, ଝିଙ୍କ କାଠି ଜବତ କରାଯାଇଛି ।

ଅଭିଯୁକ୍ତ ହେଲେ ବୋରଦା ନିକଟ ବୁଢ଼ାମ୍ବ ଗ୍ରାମର ସୁବୁଦ୍ଧି ମଣ୍ଡଳ, ଆୟମ ରାଇତ, ଯାକବ ଶବର, ବୁଡ଼ା ଶବର ।

ସୂଚନାଥାଉକି, ରେଞ୍ଜର ଅଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା ।

Leave A Reply

Your email address will not be published.