Latest Odisha News

BREAKING NEWS

ଗଞ୍ଜାମର ଗ୍ରାସିମ୍ ଇଣ୍ଡଷ୍ଟ୍ରିରେ ଗ୍ୟାସ ବିସ୍ଫୋରଣ: ୪ ଆହତ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ଆଦିତ୍ୟ ବିର୍ଲା ଗ୍ରାସିମ୍ ଇଣ୍ଡଷ୍ଟ୍ରିରେ ଫାଟିଲା ଗ୍ୟାସ୍ ଟ୍ୟାଙ୍କ।

ହାଇଡ୍ରୋକ୍ଲୋରିକ ପ୍ଲାଣ୍ଟରେ କୌଣସି କାରଣ ଯୋଗୁଁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଫଳରେ ଟ୍ୟାଙ୍କ ବିସ୍ଫୋରଣ ହୋଇଥିବା ଜଣାପଡିଛି ।

ତେବେ ଏହି ଅଘଟଣରେ ସେଠାରେ କାମ କରୁଥିବା ତିନି ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ଏଥିମଧ୍ୟରୁ ଦୁଇ ଜଣ ଗୁରୁୁରତ ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତ କର୍ମଚାରୀ ମାନେ ଶଙ୍କର ରାଉଳ, ଅଭିଷେକ୍ ପାଲ୍ ଓ  ଟି ବେଣୁ ରେଡ୍ଡୀ ବୋଲି ସୂଚନା ମିଳିଛି।

ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ହେଉଛି ଏକମାତ୍ର କମ୍ପାନୀ ଯାହାକି ଓଡିଶାରେ କାଉଷ୍ଟିକ୍ ସୋଡା ଉତ୍ପାଦନ କରିଥାଏ।

Leave A Reply

Your email address will not be published.