Latest Odisha News

ହସ୍ପିଟାଲରୁ ଡିସଚାର୍ଜ ହେଲେ ତମନ୍ନା

ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବାହୁବଳୀ ଫେମ୍ ତଥା ଅଭିନେତ୍ରୀ ତମନ୍ନା ଭାଟିଆ । କରୋନାରେ ଆକ୍ରାନ୍ତ ହେବାର ଦିନକ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ହେଲେ ସେ ପୁରା ସୁସ୍ଥ ହେବା ଯାଏଁ ହୋମ୍ ଆଇସୋଲେସନରେ ରହିବେ । ଏନେଇ ସେ ନିଜେ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ଗତ ୪ ତାରିଖରେ ତମନ୍ନା ଭାଟିଆଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ହାଇଦ୍ରାବାଦ୍‌ରେ ସେ ଏକ ୱେବ୍ ସିରିଜ୍ ଶୁଟିଂ କରୁଥିଲେ। କିଛିଦିନ ହେବ କରୋନା ଭାଇରସ ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ଟେଷ୍ଟ କରାଇନେବା ଉଚିତ୍ ଭାବିଥିଲେ। ଏହାପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା । ଏହାପରେ ସେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Leave A Reply

Your email address will not be published.