Latest Odisha News

BREAKING NEWS

ଢେଙ୍କାନାଳ: ରାଇସ୍ ମିଲ୍ କାନ୍ଥ ଧସି ୪ ମୃତ ଓ ୫ଜଣ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳର ଅଳସୁଆ ହାଟ ନିକଟରେ ରବିବାର ସକାଳେ ଏକ ରାଇସ୍ ମିଲ୍ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୪ଜଣଙ୍କ ମୃତ୍ୟୁ ଘଟିବା ସହ ୫ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏହି ଘଟଣା ଆଜି ସକାଳ ୭ଟା ବେଳେ ଘଟିଥିବା ବେଳେ ହାଟରେ ଉପସ୍ଥିତ ଥିବା କିଛି ବେପାରୀ ଓ ଆଉ କିଛି ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏହି ପାଚେରୀ ଭୁଷୁଡିବା ଫଳରେ ଅନେକ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ଖଣ୍ଡଗିରି ସ୍ଥାନୀୟ ପୋଲିସ ସହ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏଥିସହିତ ଗୁରୁତର ୩ଜଣ ଶ୍ରମିକଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଆହତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ନେଇ ସୂଚନା ମିଳିଛି ।

ତେବେ ମୃତକଙ୍କ ମଧ୍ୟରେ ସଂଗ୍ରାମ ସାହୁ, ରାମଚନ୍ଦ୍ର ସାହୁ, ମାୟାଧର ସାହୁ ଓ ଅଭିମନ୍ୟୁ ବିଶ୍ୱାଳ ରହିଛନ୍ତି ।

Leave A Reply

Your email address will not be published.