Latest Odisha News

BREAKING NEWS

କେନ୍ଦୁଝର: ଗଛରେ ପିଟି ହୋଇ କାର ଦୁର୍ଘଟଣାଗ୍ରସ୍ତ, ୪ମୃତ, ଜଣେ ଗୁରୁତର ଆହତ

କେନ୍ଦୁଝର : ସୋମବାର ରାତି ୨ଟା ସମୟରେ କେନ୍ଦୁଝର ଜିଲ୍ଲା ସଦରଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ଗଛକୁ ଶକ୍ତ ଧକା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । କାରରେ ବସିଥିବା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁସାରେ, ରାଇରଙ୍ଗପୁରରେ ଏକ ସତସଙ୍ଗ ଉତ୍ସବ ଅନୁଷ୍ଠିତ ହେଉଥିଲା । ସତସଙ୍ଗ ସାରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣାରେ ଏହି କାରରେ ବସିଥିବା ୪ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ମୃତ ବ୍ୟକ୍ତିମାନେ ହେଲେ – କଳ୍ପତରୁ ତୀର୍ଥବାସୀ ପରିଡ଼ା (କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ), ଚୈତନ୍ୟ ବିକାଶ ସାହୁ (ଗାୟତ୍ରୀ କଲେଜର ଉପାଧ୍ୟକ୍ଷ), ପ୍ରଶାନ୍ତ କୁମାର ପାତ୍ର (କଲିକତା ନିବାସୀ), ରାଜେଶ କୁମାର ଗୁରୁ (କଟକ ବାସିନ୍ଦା) । ତେବେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ହେଲେ କମଳାକ୍ଷ ପରିଡ଼ା ।

ଆହତ ବ୍ୟକ୍ତି ବର୍ତ୍ତମାନ କେନ୍ଦୁଝର ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ରାତିରେ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସମ୍ପର୍କରେ ଜାଣି ଉଦ୍ଧାର କରିଥିଲେ ।

Leave A Reply

Your email address will not be published.