Latest Odisha News

BREAKING NEWS

ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ବିଜୟ ପଛର ଚାରି ପ୍ରମୁଖ କାରଣ

ଓଡିଶା ସମ୍ବାଦ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ବାଂଲାଦେଶକୁ ହରାଇ ଏବେ ସେମିଫାଇନାଲ ଯିବା ପାଇଁ ବାଟ ସହଜ କରିଛି। ହେଲେ ମ୍ୟାଚ ଆରମ୍ଭରୁ ସ୍ଥିତି କିଛି ଓଲଟା ଥିଲା। ଟିମ୍ ଇଣ୍ଡିଆ ବାଂଲାଦେଶ ବ୍ୟାଟସମ୍ୟାନଙ୍କ ଓ୍ୱିକେଟେ ନନେଇପାରିବା ଅପରପକ୍ଷରେ ଲିଟନ ଦାସ ଭଳି ବ୍ୟାଟସମ୍ୟାନଙ୍କ ଛକା ଚୌକା ପରେ ଦଳ ପାଇଁ ମ୍ୟାଚ ଜିତିବା ସହଜ ନଥିଲା । ହେଲେ ବର୍ଷା ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଏହି ମ୍ୟାଚ ପଲଟି ଯିବାରୁ ଦଳ ବିଜୟ ହୋଇପାରିଛି। ଯାହା ଦୀର୍ଘ ସାଢେ ୬ ବର୍ଷ ପୂର୍ବେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ ଭଳି ଥିଲା।  ଆଜି ଆଡିଲେଡରେ ସମାନ ପ୍ରକାରର ଏକ ମ୍ୟାଚ ପୁଣିଥରେ ବାଂଲାଦେଶ ବିପକ୍ଷରେ ଦେଖିବାକୁ ମିଳିଛି।

ଆଡିଲେଡରେ ଉଭୟ ଦଳ ଭଲ କ୍ରିକେଟ୍ ଖେଳିଥିଲେ । କିନ୍ତୁ କିଛି ସମୟ ବର୍ଷା ମ୍ୟାଚକୁ ପ୍ରଭାବିତ କରିଥିଲା । ଯାହା ଭାରତ ସପକ୍ଷରେ ଯାଇଛି। କାରଣ ବର୍ଷା ପରେ ଭାରତ ଲଗାତର ଓ୍ୱିକେଟ୍ ନେବାରେ ସଫଳ ହୋଇ ବାଂଲାଦେଶର ରନକୁ ରୋକିବାରେ ସକ୍ଷମ ହୋଇଥିଲା।

ଭାରତ ବାଂଲାଦେଶକୁ ୧୮୫ ରନ୍‌ର ଟାର୍ଗେଟ ଦେଇଥିଲା। ବାଂଲାଦେଶ ୭ ଓଭରରେ ୬୬ ରନ୍ କରିଥିଲା। ତା’ପରେ ବର୍ଷା ହେବାରୁ ଖେଳ ପ୍ରାୟ ୪୫ ମିନିଟ୍ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଏହା ପରେ ବାଙ୍ଗଲାଦେଶ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ୧୫୧ ରନର ଟାର୍ଗେଟ ମିଳିଥିଲା। ଯାହାକୁ ଚ୍ୟାଲେଞ୍ଜ କରିବାକୁ ଯାଇ ବାଂଲାଦେଶ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହରାଇଥିଲା। ଆଉ ଶେଷ ବଲରେ ବିଜୟ ପାଇଁ ୬ ରନ୍ ବାକିଥିବା ବେଳେ ବାଂଲାଦେଶ ଛକା ମାରିବାରେ ବିଫଳ ହୋଇ ମ୍ୟାଚ ହାରିଛି।

ତେବେ ଭାରତ ଏହି ମ୍ୟାଚ ବିଜୟ ହେବା ପଛରେ ୪ଟି ପ୍ରମୁଖ କାରଣ ରହିଛି। ଗୋଟିଏ ହେଲା ବର୍ଷା ପରେ ବାଂଲାଦେଶର ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ନପାରିବା। ଟିମ୍ ଇଣ୍ଡିଆର କେଏଲ ରାହୁଲଙ୍କ ସମେତ ଅନ୍ୟାନ୍ୟ ଖେଳାଳିଙ୍କ ଭଲ ଫିଲ୍ଡିଂ, ବାଂଲାଦେଶର ହାର୍ଡ ହିଟର ବ୍ୟାଟସମ୍ୟାନଙ୍କ କ୍ୟାଚ ଆଉଟ୍ ମିସ୍ ନକରିବା । ତୃତୀୟରେ ଟିମ୍ ଇଣ୍ଡିଆର ବୋଲିଂ । ଅର୍ଶଦୀପ ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ନଦ ଶାମିଙ୍କ ଭଲ ବୋଲିଂ ମ୍ୟାଚର ମୋଡ ବଦଳାଇଥିଲା। ଏହାବାଦ ଟିମ୍ ଇଣ୍ଡିଆରେ ବିରାଟ କୋହଲି, କେଏଲ ରାହୁଲ ଭଲ ବ୍ୟାଟିଂ କରିବା।

ମ୍ୟାଚ ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ଼ ଆଉ ଏକ ସୁଯୋଗ ଦେଇଥିଲେ କେ ଏଲ ରାହୁଲଙ୍କୁ। ରାହୁଲ ଯାହାର ସଠିକ୍ ଉପଯୋଗ କରି ଅର୍ଦ୍ଧଶତକ ମାରିଥିଲେ। ୩୨ ବଲରେ ୫୦ ରନ୍ ସ୍କୋର କରି ରାହୁଲ ନିଜ ଲୟକୁ ଫେରିଥିବା କୁହାଯାଉଛି।

Comments are closed.