Latest Odisha News

BREAKING NEWS

କୋଇଲା ଚୋରି ଘଟଣାକୁ ନେଇ ଏସଏମସି କାରଖାନାରେ ଚଢ଼ାଉ

ଝାରସୁଗୁଡା: ସୁନ୍ଦରଗଡ଼ କୋଇଲା ଚୋରି ଘଟଣାରେ ଝାରସୁଗୁଡ଼ାରେ ଚଢ଼ାଉ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଝାରସୁଗୁଡ଼ାରେ ପହଞ୍ଚି ଚାରି ଜଣିଆ ଟିମ୍ ତଦନ୍ତ କରୁଛି । ବଡ଼ମାଳ ସ୍ଥିତ ଏସଏମସି କାରଖାନାରେ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । କୋଇଲା ଷ୍ଟକର ଯାଞ୍ଚ କରିଛି ଟିମ୍ ।

ଜିଲ୍ଲା ଖଣି ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ ପାଇଁ ଏହି ଟିମ ଗଠନ ହୋଇଛି । ତେବେ ଏହି ଟିମରେ ଜିଲ୍ଲା ପ୍ରଦୂଷଣ ଅଧିକାରୀ, ତହସିଲଦାର ଓ ପୋଲିସ ଉପସ୍ଥିତ ଅଛନ୍ତି ।

ସୂଚନାଥାଉକି, ସୁନ୍ଦରଗଡ଼ ଜିଲ୍ଲା ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ଗୋପାଳପୁର ଅଞ୍ଚଳରେ ବେଆଇନ ଖଣିରୁ କୋଇଲା ଚୋରି ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୁନ୍ଦରଗଡରେ ପ୍ରାୟ ମାସେ ହେବ ତଦନ୍ତ ଚାଲିଥିଲେ ବି ଏଯାଏ ମାଫିଆଙ୍କ ପାଖରେ ପହଞ୍ଚି ପାରିନି ପ୍ରଶାସନ ।

Comments are closed.