ହରିୟାଣା: ଘର ଭିତରେ ଗୋଟିଏ ପରେ ଗୋଟିଏ ଦୁଇଟି ବିସ୍ଫୋରଣ ଘଟିଛି ।ଏହି ବିସ୍ଫୋରଣରେ ଚାଲିଯାଇଛି ୪ ଜୀବନ ଓ ଜଣେ ଗୁରୁତର ଅଛନ୍ତି । ହରିୟାଣାର ଝାଜ୍ଜରର ବାହାଦୁରଗଡ ସହରରେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ଘର ଭିତରେ ବିସ୍ଫୋରଣ ଘଟିଥିଲା। ଏବଂ ତା ପରେ ପୁରା ଘରେ ନିଆଁ ଲାଗି ଯାଇଥିଲା।
ଘର ଭିତରେ ଏଭଳି ବିସ୍ଫୋରଣ କିପରି ଘଟିଛି ତାହା ବାହାଦୂରଗଡ ପୋଲିସ ଏପର୍ଯ୍ୟନ୍ତ ଜାଣିପାରି ନାହିଁ। ଫୋରେନସିକ୍ ଦଳର ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ଯେ ଘରେ କିପରି ନିଆଁ ଲାଗିଗଲା ଏବଂ ବିସ୍ଫୋରଣ ପଛରେ ପ୍ରକୃତ କାରଣ କ’ଣ?
ସୂଚନାଥାଉକି, ପ୍ରଥମ ବିସ୍ଫୋରଣର ମାତ୍ର କିଛି ମିନିଟ୍ ପରେ ପୁର୍ନବାର ଦ୍ଵିତୀୟଥର ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ପୋଡି ହୋଇ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ମହିଳା, ଜଣେ ପୁରୁଷ ଏବଂ ଦୁଇ ପିଲା ରହିଛନ୍ତି । ଯେଉଁମାନେ ଗୋଟିଏ ପରିବାରର ସଦସ୍ୟ ଥିଲେ। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ହୋଇଛନ୍ତି। ଯାହାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
#WATCH | Haryana: Mayank Mishra, DCP, Bahadurgarh, says, " This is not a cylinder blast, this took place inside the bedroom. The whole house has been affected by the blast impact. Four people have died on the spot and one person is critical and undergoing treatment at a hospital.… pic.twitter.com/AzvzGLVTF1
— ANI (@ANI) March 22, 2025
ପ୍ରତ୍ୟକ୍ଷଦର୍ଶୀ କହିବା ଅନୁସାରେ, ଗୋଟିଏ ବିସ୍ଫୋରଣର କିଛି ମିନିଟ୍ ପରେ, ଘର ଭିତରେ ଦ୍ୱିତୀୟ ବିସ୍ଫୋରଣର ଶବ୍ଦ ଶୁଣାଗଲା, ଯାହା ଅତ୍ୟନ୍ତ ଭୟଙ୍କର ଥିଲା । ପୂର୍ବରୁ ଜଳୁଥିବା ନିଆଁକୁ ଆହୁରି ତୀବ୍ର କରିଦେଇଥିଲା । ତୁରନ୍ତ ହିଁ ଆଖପାଖରେ ରହୁଥିବା ଲୋକମାନେ ମୁଖ୍ୟ ଫାଟକ ଏବଂ ଭିତର କବାଟ ଭାଙ୍ଗି ଜଣେ ବ୍ୟକ୍ତିଙ୍କୁ ଘରୁ ବାହାରକୁ ଆଣିଥିଲେ। ଚାରିଆଡେ ଧୂଆଁ ଥିଲା ଏବଂ ଘର ଭିତରେ ପ୍ରବଳ ନିଆଁ ଲାଗିଥିବାରୁ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଏହାପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲା ।
Comments are closed.