Latest Odisha News

BREAKING NEWS

ଗୋଟିଏ ଘରୁ ବାପା ମା’ ସମେତ ୨ ପିଲାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଥିରୁଅନନ୍ତପୁରମ୍: କେରଳର ଆଲାପୁଜା ରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ଆଜି (ଶୁକ୍ରବାର) ଆଲାପୁଜା ଜିଲ୍ଲାର ଥଲାବଡିରେ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ଚାରି ଜଣ ସଦସ୍ୟଙ୍କ ମୃତଦେହ ମିଳିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ମୃତକଙ୍କ ପରିଚୟ ସୁନୁ, ସୌମ୍ୟା ଏବଂ ସେମାନଙ୍କର ଦୁଇ ସନ୍ତାନ ଆଦି ଏବଂ ଆଦିଲ ବୋଲି ଜଣାପଡିଛି । ଏନେଇ ଘଟଣାରେ ପୋଲିସ ଏର ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିବାବେଳେ, ବେଡ୍ ଉପରେ ଦୁଇ ଜଣ ପିଲା ଏକ ବେଡସିଟ୍ ରେ ଘୋଡେଇ ହୋଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସୋମ୍ୟା ଜଣେ ନର୍ସ ଭାବେ କାମ କରୁଥିଲେ ଏବଂ ସେ ରକ୍ତ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ, ସୁନୁ ଏକ ଦୁର୍ଘଟଣା ପରେ ମେରୁଦଣ୍ଡର ସମସ୍ୟାରେ ପୀଡିତ ଥିଲେ । ଉଭୟ ଚିକିତ୍ସିତ ହେଉଥିଲେ ଏବଂ ଅର୍ଥ ଅଭାବରୁ ପରିବାର ଚଲାଇବା କଷ୍ଟକର ହୋଇପଡିଥିଲା ।

ଆଜି ସକାଳୁ ସୁନୁଙ୍କ ମାଆ ତାଙ୍କ ଘରକୁ ଯାଇ ଦେଖିବା ବେଳକୁ କବାଟ ବନ୍ଦ ଥିଲା । ଘର ଭିତରୁ କୌଣସି ଶବ୍ଦ ନଆସିୁବାରୁ ପୋଲିସକୁ ଖବର ଦେଇଥିଲେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା । ଏହାପରେ ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Comments are closed.