Latest Odisha News

BREAKING NEWS

ସୁନ୍ଦରଗଡ଼ର କ୍ବାରେନଣ୍ଟାଇନ ସେଣ୍ଟରରୁ ୪ ପ୍ରବାସୀ ଶ୍ରମିକ ଫେରାର

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସୋଲା ବିଦ୍ୟାଳୟର କ୍ବାରେନଣ୍ଟାଇନ ସେଣ୍ଟରରୁ ସୋମବାର ଦିନ ୪ଜଣ ପ୍ରବାସୀ ଶ୍ରମିକ ଫେରାର ହୋଇଯାଇଛନ୍ତି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଏହି ଚାରିଜଣ ପ୍ରବାସୀ ସୋଲା ପଞ୍ଚାୟତ ଅନ୍ତର୍ଗତ ନୁଆପାଲି ଏବଂ ଉଲୁଣ୍ଡାଝରଣା ଗାଁର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି।

ସୂଚନାନୁସାରେ, ସେମାନଙ୍କ ମଧ୍ୟରୁ ଦୁଇଜଣ କେରଳରୁ ଏବଂ ଅନ୍ୟ ଦୁଇଜଣ ମହାରାଷ୍ଟ୍ରରୁ ଫେରିଥିଲେ। ଏହାଛଡା କ୍ବାରେନଣ୍ଟାଇନ କେନ୍ଦ୍ରରେ ମୌଳିକ ସୁବିଧା ଏବଂ ଖାଦ୍ୟର ଗୁଣବତ୍ତା ଅଭାବ ନେଇ ଅନ୍ତେବାସୀମାନେ ନିକଟ ଅତୀତରେ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏହା ପରେ ସେମାନଙ୍କ ମଧ୍ୟରୁ ଚାରିଜଣ ଫେରାର ହୋଇଯାଇଥିବା ନେଇ ସୂତ୍ରରୁ ପ୍ରକାଶ।

Comments are closed.