Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଦେଲେ ‘ଇଦ୍‌’ର ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ୱର: ପବିତ୍ର ଇଦ-ଉଲ୍‌-ଫିତର ଅବସରରେ ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଶୁଖ ଓ ସମୃଦ୍ଧି କାମନା କରିଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ଏଥିଲାଗି ସାମାଜିକ ଦୂରତା କଡାକଡି ପାଳନ କରିବାକୁ ନବୀନ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଚାଲିଥିବା ସଂଗ୍ରାମରେ ରାଜ୍ୟବାସୀ ନିଶ୍ଚିତ ବିଜୟୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି ।

Leave A Reply

Your email address will not be published.