Latest Odisha News

ତୋଫାନରେ ଉଡ଼ିଗଲା ଚାରି ମାସର ଶିଶୁ, ଲଟକି ରହିଲା ଗଛରେ

ୱାଶିଂଟନ: କୁହାଯାଏ ଯେ, ରଖେ ହରି ମାରେ କି । ଏହି କଥା ଆମେରିକାରେ ପୁଣି ଥରେ ସତ୍ୟ ହୋଇଛି । ଏଠାରେ ଏମିତି ଏକ ଚମତ୍କାର ଘଟଣା ଘଟିଛି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଟେନେସିରେ ପ୍ରବଳ ଝଡ ତୋଫାନରେ଼ ଝୁଲଣା ସହିତ ଉଡ଼ିଯାଇଥିଲା ୪ମାସର ଶିଶୁ । ପରେ ଏକ ଗଛରେ ଲଟ୍‌କି ରହିବାରୁ ଲୋକେ ଶିଶୁକୁ ଉଦ୍ଧାର କରିଥିଲେ ।

୪ ମାସର ଶିଶୁର ମା ସିଡନୀ ମୋର କହିଛନ୍ତି ଯେ, ଏଠାରେ ପ୍ରବଳମାତ୍ରାରେ ଝଡ଼ତୋଫାନ ହୋଇଥିଲା । ଫଳରେ ତାଙ୍କ ଘରର ଛାତ ଉଡିଯାଇଥିଲା । ପରେ ସେମାନଙ୍କ ପିଲାଙ୍କ ଦୋଳି ମଧ୍ୟ ଉଡିଯାଇଥିଲା । ପ୍ରବଳ ଝଡ଼ତୋଫାନ ସମୟରେ, ପିଲାଟି ଉଡ଼ିଯାଇ ଏକ ଭାଙ୍ଗି ଯାଇଥିବା ଗଛରେ ଅଟକି ଗଲା, ସେତେବେଳେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ପରେ ତାଙ୍କ ପିତା ତାଙ୍କୁ ବଞ୍ଚାଇବାକୁ ଦୌଡିଥିଲେ । ଦୋଳିଟି ଉଡ଼ିଯାଇ ଏକ ଗଛରେ ଲାଗିଯାଇଥିଲା । ପରେ ସେଠାରୁ ଶିଶୁକୁ ଉଦ୍ଧାର କରିଥିଲେ ।

Comments are closed.