Latest Odisha News

BREAKING NEWS

ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସିତ : ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୧୫ ଫୁଟ୍

ସମ୍ବଲପୁର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ ଖୋଲିଛି  । ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି  । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୧୫ ଫୁଟ୍ ରହିଛି  । ହୀରାକୁଦକୁ ୨ ଲକ୍ଷ ୨୯ ହଜାର ୪୫୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨, ୬୭, ୫୭୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ବର୍ତ୍ତମାନ ପାଇଁ ମୋଟ ୧୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଥିବାବେଳେ ଆବଶ୍ୟକ ପଡ଼ିଲେ ଆଉ ଗେଟ୍ ଖୋଲାଯିବ । ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀ ଉପରମୁଣ୍ଡରେ ହାରାହାରି ୩୭ମିଲିମିଟର ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ନାହିଁ। ତେଣୁ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ଆଗକୁ ମଧ୍ୟ ଆହୁରି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.