Latest Odisha News

ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ, ୪ ନକ୍ସଲ ମୃତ

ରାୟପୁର: ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । କମ୍ବିଂ ଅପରେସନ ଚାଲିଥିବାବେଳେ ସୁରକ୍ଷାବାହିନୀ ଓ ନକ୍ସଲ ମୁହାଁମୁହିଁ । ସୁରକ୍ଷାବାହିନୀ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ବହୁ ମାଓ ସମଗ୍ରୀ ଜବତ କରିଛି ସୁରକ୍ଷାବଳ ।

ସୂଚନା ମୁତାବକ, ଗଙ୍ଗାଲୁର ପୋଲିସ ଅଧୀନରେ କୋବ୍ରା ବାଟାଲିଅନ ଏବଂ ସିଆରପିଏଫ୍ ମିଳିତ ଭାବେ କୋରଚେଲି ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ପୋଲିସ ଓ ନକ୍ସଲ ମୁହାମୁହିଁ ହୋଇଥିଲେ । ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ ।

ସୁରକ୍ଷାକର୍ମୀ ମଧ୍ୟ ପାଲଟା ଜବାବ ଦେଇଥିଲେ, ଯେଉଁଥିରେ ୪ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

Comments are closed.