Latest Odisha News

ଏଫଆଇଏଚ ହକି ପ୍ରୋ ଲିଗ: ଭାରତ ମହିଳା ଦଳରେ ୪ ଓଡିଆ

ଭୁବନେଶ୍ୱର: ନେଦରଲାଣ୍ଡ ବିପକ୍ଷ ଏଫଆଇଏଚ ହକି ପ୍ରୋ ଲିଗ ମ୍ୟାଚ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ଏଥିରେ ୪ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପ ଗ୍ରେସ ଏକ୍କା, ରଶ୍ମିତା ମିଞ୍ଜ, ନମିତା ଟପ୍ପୋ ଓ ମାରିଆନ କୁଜୁର । ଭୁବନେଶ୍ୱରରେ ଏପ୍ରିଲ ୮ ଓ ୯ରେ ଏହି ମ୍ୟାଚ ଖେଳାଯିବ । ଗୋଲକିପର ସବିତା ଦଳର ନେତୃତ୍ୱ ନେବେ । ପୁଲ ଟେବୁଲରେ ଭାରତୀୟ ମହିଳା ଟିମ ଚତୁର୍ଥ ସ୍ଥାନରେ ରହିଛି । ୬ମ୍ୟାଚରୁ ଭାରତ ୩ଟିରେ ବିଜୟ ହାସଲ କରିଛି ।

ଭାରତୀୟ ଦଳ: ସବିତା (ଅଧିନାୟିକା), ରଜନୀ ଇତିମାରପୁ, ଦୀପ ଗ୍ରେସ ଏକ୍କା (ଉପ ଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ରଶ୍ମିତା ମିଞ୍ଜ, ସୁମନ ଦେବୀ ଥୋଉଡମ, ନିଶା, ସୁଶୀଲା ଚାନୁ, ଜ୍ୟୋତି, ନଭଜୋତ କୌର, ମୋନିକା, ନମିତା ଟପ୍ପୋ, ସୋନିକା, ନେହା, ମହିମା ଚୌଧୁରୀ, ଐଶ୍ଚର୍ଯ୍ୟା ରାଜେଶ ଚୌହ୍ୱାନ, ନବନୀତ କୌର, ରାଜୱିନ୍ଦର କୌର, ରାନୀ ଓ ମାରିଆନା କୁଜୁର ।

Comments are closed.