Latest Odisha News

BREAKING NEWS

କାର ଉପରେ ଟ୍ରକ୍ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୪ ମୃତ

ଭୋପାଳ: ମୃତ୍ୟୁ ଏପରି ଆସିବ ବୋଲି କେହି କେବେ ଚିନ୍ତା ବି କରିବ ନାହିଁ। ଯାହା ମଙ୍ଗଳବାର ସକାଳେ ମଧ୍ୟପ୍ରଦେଶର ଗୁନା ଗଦା ନିକଟରେ ଘଟିଛି। ୪୬ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ୍ କାର ଉପରରେ ଓଲଟି ପଡ଼ିଛି। ଫଳରେ କାର ଭିତରେ ଥିବା ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି।

ମୃତକ ରାଜଗଡ଼ ଜିଲ୍ଲାର ଜଣେ ଦମ୍ପତି ଓ ସେମାନଙ୍କ ର ଦୁଇ ଝିଅଙ୍କ ମୃତ୍ୟୁ ଘଟିଛି। କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଉନଥିଲା ଯାହା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକଟି ୪୦ ଟନ୍ ରୁ ଅଧିକ ମାଲ ବୋଝେଇ କରି ନେଉଥିଲା।

ତେବେ ଏହି ଭୟଙ୍କର ଦୁର୍ଘଟଣା ସତ୍ତ୍ବେ କାରରେ ଥିବା ଅନ୍ୟ ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି।

ଏହି ଦୁଃଖଦ ଦୁର୍ଘଟଣା ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପୁଲିସ କାରର ରେଜିଷ୍ଟ୍ରେସନ୍ ନମ୍ବର ଜରିଆରେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରୁଛି।

Comments are closed.