Latest Odisha News

ବ୍ରେନ ଡେଡ ମହିଳାଙ୍କ ଅଙ୍ଗଦାନ ଯୋଗୁ ୪ ଲୋକ ଜୀବନ ପାଇଲେ

ଅଲବର: ରାଜସ୍ଥାନର ଅଲବର ଅଂଚଳରେ ଏକ ଘଟଣା ସବୁଆଡେ ଆଲୋଚନାର ବିଷୟ ସାଜିଛି । ରିପୋର୍ଟ ମୁତାବକ କିରଣ ଦେବୀ ତାଙ୍କ ପତିଙ୍କ ସହ ବାଇକରେ ଯାଉଥିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା । ଏଥିରେ କିରଣଙ୍କ ବ୍ରେନ ଡେଡ ହୋଇ ଯାଇଥିଲା । ବଂଚିବା ଆଶା କ୍ଷୀଣ ଥିବାରୁ ଡାକ୍ତରମାନେ ତାଙ୍କ ଅଙ୍ଗଦାନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ପରିବାର ଲୋକେ ଏଥିନେଇ ରାଜି ହୋଇଥିଲେ ।

କିରଣଙ୍କ ମୃତ୍ୟୁ ସତ୍ୱେ ତାଙ୍କ ହାର୍ଟ, ଲିଭର ଓ କିଡନୀ ଅନ୍ୟ ରୋଗୀଙ୍କ ଦେହରେ ଲଗାଯିବାରୁ ସେମାନେ ନୂତନ ଜୀବନ ପାଇଛନ୍ତି । ମରି କି ବି କିରଣ ୪ଜଣଙ୍କ ନିକଟରେ ବଂଚି କରି ଅଛନ୍ତି । ଅଙ୍ଗଦାନ ସମୟରେ ରାଜ୍ୟ ଶ୍ରମ ମନ୍ତ୍ରୀ ଟୀକାରାମ ଜୁଲି ଉପସ୍ଥିତ ଥିଲେ । କିରଣ ଏବଂ ତାଙ୍କ ପରିବାରବର୍ଗଙ୍କ ତ୍ୟାଗ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଟୀକାରାମ କହିଛନ୍ତି ।

Leave A Reply

Your email address will not be published.