Latest Odisha News

BREAKING NEWS

ଟିଏମସିର ୪ ବିଧାୟକ ଆଜି ବିଜେପିରେ ମିଶିବେ !

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଆପ୍ରାଣ ଉଦ୍ୟମ ଜାରି ରଖିଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ମମତା ବାନାର୍ଜୀଙ୍କ ଶକ୍ତ ଧକ୍କା ଦେବା ସହ ଟିଏମସିରୁ ଜଣକ ପରେ ଜଣେ ନେତା ଦଳ ଛାଡିବାରେ ଲାଗିଛନ୍ତି । ରିପୋର୍ଟ ମୁତାବକ ୪ ଜଣ ବିଧାୟକ ଆଜି ଦିଲ୍ଲୀରେ ବିଜେପିରେ ଯୋଗ ଦେଇପାରନ୍ତି ।

ସେମାନେ କୋଲକାତାରୁ ଦିଲ୍ଲୀ ପଂହଚି ସାରିଛନ୍ତି । ଏମାନେ ହେଲେ ରାଜୀବ ବାନାର୍ଜୀ, ବୈଶାଳୀ ଡାଲମିୟା, ପ୍ରବୀର ଘୋଷାଲ, ରଥୀନ ଚକ୍ରବର୍ତି । ଦିଲ୍ଲୀରେ ଇସ୍ରାଏଲ ଦୂତାବସ ନିକଟରେ ବିସ୍ଫୋରଣ ଘଟିବା ପରେ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର କୋଲକାତା ଗସ୍ତ ବାତିଲ କରିଛନ୍ତି । ଫଳରେ ଉପରୋକ୍ତ ନେତାମାନେ ଦିଲ୍ଲୀ ଯାଇଛନ୍ତି ।

Leave A Reply

Your email address will not be published.