ବ୍ରହ୍ମପୁର:ଗଜପତି ଜିଲାରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ବାଙ୍ଗଲାଦେଶର ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜାତୀୟ ରାଜପଥ-୧୬ର ଜଗନ୍ନାଥପୁର ଛକରୁ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଏହି ଦୁଇ ବାଙ୍ଗଲାଦେଶୀଙ୍କ ନିକଟରୁ ୨୧ କେଜି ଗଞ୍ଜେଇ ଜବତ କରିଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ବାଙ୍ଗଲାଦେଶ ଫରିଦପୁର ଜିଲା ଭାଙ୍ଗା ଥାନା ଅନ୍ତର୍ଗତ ଗଜାରିଆ ଭାଙ୍ଗା ଗ୍ରାମର ସାଦିକ ମଟୁବେର(୬୭) ଓ ରିକାଟ ଅଲ୍ଲୀ ମୋଲ୍ଲା(୪୫)। ଏହି ଦୁଇ ଜଣ ଛତା ବିକ୍ରି କରିବାକୁ ବ୍ରହ୍ମପୁର ଆସିଥିବା ବେଳେ ଏଠାରୁ ଗଞ୍ଜେଇ ନେଇ ବାଙ୍ଗଲାଦେଶ ଯାଉଥିଲେ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଥିବା ପାସପୋର୍ଟକୁ ଜବତ କରାଯାଇଥିବା ସୂଚନା ମିଳିଛି।
ବାହାର ଦେଶର ଦୁଇ ଜଣ ବ୍ୟକ୍ତି ଗଜପତି ଜିଲାରୁ ଏକ ଟ୍ରଲି ବ୍ୟାଗରେ ଗଞ୍ଜେଇ ନେଇ ଯାଉଥିବା ଖବର ମିଳିବା ପରେ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦେଶପ୍ରକାରେ ବିଭାଗର ଏକାଧିକ ଟିମ ସୋମବାର ସଂଧ୍ୟାରେ ଜାତୀୟ ରାଜପଥ ତଥା ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକରେ ଯାଞ୍ଚ ଆରମ୍ଭ କରିଥିଲେ । ଜଗନ୍ନାଥପୁର ଛକ ଠାରେ ଦୁଇ ଜଣ ବ୍ୟକ୍ତି ଏକ ଟ୍ରଲି ବ୍ୟାଗ ଧରି ଛିଡା ହୋଇଥିବା ଦେଖିବା ପରେ ବିଭାଗୀୟ ଅଧିକାରୀମାନେ ତାଙ୍କ ନିକଟକୁ ଯାଇ ପଚରାଉରା କରିଥିଲେ। ଅଭିଯୁକ୍ତମାନେ ଭୁବନେଶ୍ବର ଯିବା ପାଇଁ ବସ୍କୁ ଅପେକ୍ଷା କରିଥିବା ଅବକାରୀ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ସନ୍ଦେହ ହେବାରୁ ବିଭାଗୀୟ ଅଧିକାରୀମାନେ ଟ୍ରଲି ବ୍ୟାଗ ଖୋଲି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେହି ବ୍ୟାଗ ଭିତରୁ ୨୧ କେଜି ଗଞ୍ଜେଇ ମିଳିଥିଲା। ସେମାନେ ଗଜପତିରୁ ଗଞ୍ଜେଇ ଆଣିଥିଲେ ଏବଂ ବସରେ ଭୁବନେଶ୍ୱର ଯାଇ ସେଠାରୁ କଲକତା ଦେଇ ବଙ୍ଗଳାଦେଶ ଯାଇଥାନ୍ତେ ବୋଲି ଦୁଇ ଅଭିଯୁକ୍ତ ଜେରା ବେଳେ ସ୍ବୀକାର କରିଥିଲେ। ଏ ନେଇ ଅବକାରୀ ଥାନାରେ ମାମଲା ନମ୍ବର ୪୪୧/୨୨-୨୩ରେ ଏକ ମାମଲା ରୁଜୁ କରାଯାଇ ଦୁଇ ବଙ୍ଗଳାଦେଶୀ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।
ଅନ୍ୟ ଏକ ମାମଲାରେ ମଧ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି । ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଛିଡା ହୋଇଥିବା ଗଜପତି ଜିଲା ମୋହନାର ରାମଚନ୍ଦ୍ର ଗୌଡ(୨୬) ଏବଂ ଅଡବାର ଅରୁଣ ଶବର(୩୧)ଙ୍କୁ ଗିରଫ କରାଯିବା ସହ ଉଭୟଙ୍କ ନିକଟରୁ ମୋଟ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଦୁଇ ଜଣ ବ୍ରହ୍ମପୁରରୁ ବସ ଯୋଗେ ଭୁବନେଶ୍ବର ଯାଇ ସେଠାରେ ଗଞ୍ଜେଇ ବିକ୍ରି କରିଥାନ୍ତେ ବୋଲି ଜେରା ବେଳେ ସ୍ବୀକାର କରିଥିଲେ ।
BREAKING NEWS
- Physical Education: ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା
- Brain behind Iran’s ‘Mosaic Defence’: କେମିତି ଇସ୍ରାଏଲ-ଆମେରିକା ଆଗରେ ଏପର୍ଯ୍ୟନ୍ତ ଦୃଢ଼ ଭାବେ ଛିଡ଼ା ହୋଇଛି ଇରାନ? ପଛରେ ଅଛି ଏହି ବ୍ୟକ୍ତିଙ୍କ ମାଷ୍ଟରମାଇଣ୍ଡ…
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
- Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି କହିଦେଲେ… ଫ୍ୟାନ୍ସ ବି ଆଚମ୍ବିତ!
- Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍
- ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
- ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ
Comments are closed.