ବ୍ରହ୍ମପୁର:ଗଜପତି ଜିଲାରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ବାଙ୍ଗଲାଦେଶର ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜାତୀୟ ରାଜପଥ-୧୬ର ଜଗନ୍ନାଥପୁର ଛକରୁ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଏହି ଦୁଇ ବାଙ୍ଗଲାଦେଶୀଙ୍କ ନିକଟରୁ ୨୧ କେଜି ଗଞ୍ଜେଇ ଜବତ କରିଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ବାଙ୍ଗଲାଦେଶ ଫରିଦପୁର ଜିଲା ଭାଙ୍ଗା ଥାନା ଅନ୍ତର୍ଗତ ଗଜାରିଆ ଭାଙ୍ଗା ଗ୍ରାମର ସାଦିକ ମଟୁବେର(୬୭) ଓ ରିକାଟ ଅଲ୍ଲୀ ମୋଲ୍ଲା(୪୫)। ଏହି ଦୁଇ ଜଣ ଛତା ବିକ୍ରି କରିବାକୁ ବ୍ରହ୍ମପୁର ଆସିଥିବା ବେଳେ ଏଠାରୁ ଗଞ୍ଜେଇ ନେଇ ବାଙ୍ଗଲାଦେଶ ଯାଉଥିଲେ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଥିବା ପାସପୋର୍ଟକୁ ଜବତ କରାଯାଇଥିବା ସୂଚନା ମିଳିଛି।
ବାହାର ଦେଶର ଦୁଇ ଜଣ ବ୍ୟକ୍ତି ଗଜପତି ଜିଲାରୁ ଏକ ଟ୍ରଲି ବ୍ୟାଗରେ ଗଞ୍ଜେଇ ନେଇ ଯାଉଥିବା ଖବର ମିଳିବା ପରେ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦେଶପ୍ରକାରେ ବିଭାଗର ଏକାଧିକ ଟିମ ସୋମବାର ସଂଧ୍ୟାରେ ଜାତୀୟ ରାଜପଥ ତଥା ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକରେ ଯାଞ୍ଚ ଆରମ୍ଭ କରିଥିଲେ । ଜଗନ୍ନାଥପୁର ଛକ ଠାରେ ଦୁଇ ଜଣ ବ୍ୟକ୍ତି ଏକ ଟ୍ରଲି ବ୍ୟାଗ ଧରି ଛିଡା ହୋଇଥିବା ଦେଖିବା ପରେ ବିଭାଗୀୟ ଅଧିକାରୀମାନେ ତାଙ୍କ ନିକଟକୁ ଯାଇ ପଚରାଉରା କରିଥିଲେ। ଅଭିଯୁକ୍ତମାନେ ଭୁବନେଶ୍ବର ଯିବା ପାଇଁ ବସ୍କୁ ଅପେକ୍ଷା କରିଥିବା ଅବକାରୀ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ସନ୍ଦେହ ହେବାରୁ ବିଭାଗୀୟ ଅଧିକାରୀମାନେ ଟ୍ରଲି ବ୍ୟାଗ ଖୋଲି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେହି ବ୍ୟାଗ ଭିତରୁ ୨୧ କେଜି ଗଞ୍ଜେଇ ମିଳିଥିଲା। ସେମାନେ ଗଜପତିରୁ ଗଞ୍ଜେଇ ଆଣିଥିଲେ ଏବଂ ବସରେ ଭୁବନେଶ୍ୱର ଯାଇ ସେଠାରୁ କଲକତା ଦେଇ ବଙ୍ଗଳାଦେଶ ଯାଇଥାନ୍ତେ ବୋଲି ଦୁଇ ଅଭିଯୁକ୍ତ ଜେରା ବେଳେ ସ୍ବୀକାର କରିଥିଲେ। ଏ ନେଇ ଅବକାରୀ ଥାନାରେ ମାମଲା ନମ୍ବର ୪୪୧/୨୨-୨୩ରେ ଏକ ମାମଲା ରୁଜୁ କରାଯାଇ ଦୁଇ ବଙ୍ଗଳାଦେଶୀ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।
ଅନ୍ୟ ଏକ ମାମଲାରେ ମଧ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି । ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଛିଡା ହୋଇଥିବା ଗଜପତି ଜିଲା ମୋହନାର ରାମଚନ୍ଦ୍ର ଗୌଡ(୨୬) ଏବଂ ଅଡବାର ଅରୁଣ ଶବର(୩୧)ଙ୍କୁ ଗିରଫ କରାଯିବା ସହ ଉଭୟଙ୍କ ନିକଟରୁ ମୋଟ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଦୁଇ ଜଣ ବ୍ରହ୍ମପୁରରୁ ବସ ଯୋଗେ ଭୁବନେଶ୍ବର ଯାଇ ସେଠାରେ ଗଞ୍ଜେଇ ବିକ୍ରି କରିଥାନ୍ତେ ବୋଲି ଜେରା ବେଳେ ସ୍ବୀକାର କରିଥିଲେ ।
BREAKING NEWS
- ୧୫୦୦ ଟଙ୍କାର ହୁଇସ୍କିର ପ୍ରକୃତ ଦାମ୍ କେତେ ? ଜାଣନ୍ତୁ ସରକାର କେତେ ଟଙ୍କା ନେଇଥାନ୍ତି GST
- ପ୍ରଧାମନ୍ତ୍ରୀଙ୍କୁ ଭେଟିପାରିବେ କି ସାଧାରଣ ନାଗରିକ ? ଜାଣନ୍ତୁ ଉପାୟ, ଆପଣ ବି ଭେଟି ପାରିବେ
- ଜଷ୍ଟିସ ସଙ୍ଗମ କୁମାର ସାହୁ ହେଲେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି
- IAS: ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ବିଦେଶରେ ହୋଇଥିଲା ଗାନ୍ଧୀ ପରିବାରର ଏହି ସଦସ୍ୟଙ୍କ ବିବାହ, ଜାଣନ୍ତୁ କେଉଁମାନେ ହୋଇଥିଲେ ସାମିଲ
- କେମିତି ଦିଆଯାଇଥାଏ ଭାରତ ରତ୍ନ ? ଜାଣନ୍ତୁ କେମିତି ହୋଇଥାଏ ଏହାର ଚୟନ ପ୍ରକ୍ରିୟା
- ୭ ଦିନରେ ରାଜଧାନୀବାସୀ ପିଇଗଲେ ୩୨ କୋଟିର ମଦ
- ଏମଭି ୨୬ ଗାଁର ହିଂସାକାଣ୍ଡ ଘଟଣା: ୧୦ଟି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…
- ବରୋଦା-ହାଇଦ୍ରାବାଦ ମ୍ୟାଚରେ ୫ ଶତକ, ଲିଷ୍ଟ ଏ କ୍ରିକେଟରେ ରେକର୍ଡ
- Odia Film: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘କାଲି ର ଆଶା’
Comments are closed.