ବ୍ରହ୍ମପୁର:ଗଜପତି ଜିଲାରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ବାଙ୍ଗଲାଦେଶର ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜାତୀୟ ରାଜପଥ-୧୬ର ଜଗନ୍ନାଥପୁର ଛକରୁ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଏହି ଦୁଇ ବାଙ୍ଗଲାଦେଶୀଙ୍କ ନିକଟରୁ ୨୧ କେଜି ଗଞ୍ଜେଇ ଜବତ କରିଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ବାଙ୍ଗଲାଦେଶ ଫରିଦପୁର ଜିଲା ଭାଙ୍ଗା ଥାନା ଅନ୍ତର୍ଗତ ଗଜାରିଆ ଭାଙ୍ଗା ଗ୍ରାମର ସାଦିକ ମଟୁବେର(୬୭) ଓ ରିକାଟ ଅଲ୍ଲୀ ମୋଲ୍ଲା(୪୫)। ଏହି ଦୁଇ ଜଣ ଛତା ବିକ୍ରି କରିବାକୁ ବ୍ରହ୍ମପୁର ଆସିଥିବା ବେଳେ ଏଠାରୁ ଗଞ୍ଜେଇ ନେଇ ବାଙ୍ଗଲାଦେଶ ଯାଉଥିଲେ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଥିବା ପାସପୋର୍ଟକୁ ଜବତ କରାଯାଇଥିବା ସୂଚନା ମିଳିଛି।
ବାହାର ଦେଶର ଦୁଇ ଜଣ ବ୍ୟକ୍ତି ଗଜପତି ଜିଲାରୁ ଏକ ଟ୍ରଲି ବ୍ୟାଗରେ ଗଞ୍ଜେଇ ନେଇ ଯାଉଥିବା ଖବର ମିଳିବା ପରେ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦେଶପ୍ରକାରେ ବିଭାଗର ଏକାଧିକ ଟିମ ସୋମବାର ସଂଧ୍ୟାରେ ଜାତୀୟ ରାଜପଥ ତଥା ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକରେ ଯାଞ୍ଚ ଆରମ୍ଭ କରିଥିଲେ । ଜଗନ୍ନାଥପୁର ଛକ ଠାରେ ଦୁଇ ଜଣ ବ୍ୟକ୍ତି ଏକ ଟ୍ରଲି ବ୍ୟାଗ ଧରି ଛିଡା ହୋଇଥିବା ଦେଖିବା ପରେ ବିଭାଗୀୟ ଅଧିକାରୀମାନେ ତାଙ୍କ ନିକଟକୁ ଯାଇ ପଚରାଉରା କରିଥିଲେ। ଅଭିଯୁକ୍ତମାନେ ଭୁବନେଶ୍ବର ଯିବା ପାଇଁ ବସ୍କୁ ଅପେକ୍ଷା କରିଥିବା ଅବକାରୀ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ସନ୍ଦେହ ହେବାରୁ ବିଭାଗୀୟ ଅଧିକାରୀମାନେ ଟ୍ରଲି ବ୍ୟାଗ ଖୋଲି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେହି ବ୍ୟାଗ ଭିତରୁ ୨୧ କେଜି ଗଞ୍ଜେଇ ମିଳିଥିଲା। ସେମାନେ ଗଜପତିରୁ ଗଞ୍ଜେଇ ଆଣିଥିଲେ ଏବଂ ବସରେ ଭୁବନେଶ୍ୱର ଯାଇ ସେଠାରୁ କଲକତା ଦେଇ ବଙ୍ଗଳାଦେଶ ଯାଇଥାନ୍ତେ ବୋଲି ଦୁଇ ଅଭିଯୁକ୍ତ ଜେରା ବେଳେ ସ୍ବୀକାର କରିଥିଲେ। ଏ ନେଇ ଅବକାରୀ ଥାନାରେ ମାମଲା ନମ୍ବର ୪୪୧/୨୨-୨୩ରେ ଏକ ମାମଲା ରୁଜୁ କରାଯାଇ ଦୁଇ ବଙ୍ଗଳାଦେଶୀ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।
ଅନ୍ୟ ଏକ ମାମଲାରେ ମଧ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି । ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଛିଡା ହୋଇଥିବା ଗଜପତି ଜିଲା ମୋହନାର ରାମଚନ୍ଦ୍ର ଗୌଡ(୨୬) ଏବଂ ଅଡବାର ଅରୁଣ ଶବର(୩୧)ଙ୍କୁ ଗିରଫ କରାଯିବା ସହ ଉଭୟଙ୍କ ନିକଟରୁ ମୋଟ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଦୁଇ ଜଣ ବ୍ରହ୍ମପୁରରୁ ବସ ଯୋଗେ ଭୁବନେଶ୍ବର ଯାଇ ସେଠାରେ ଗଞ୍ଜେଇ ବିକ୍ରି କରିଥାନ୍ତେ ବୋଲି ଜେରା ବେଳେ ସ୍ବୀକାର କରିଥିଲେ ।
BREAKING NEWS
- ବିିବାହ କଲେ ସାଉଥ ସୁନ୍ଦରୀ ପ୍ରୀୟା ଭବାନୀ, ବୟଫ୍ରେଣ୍ଡ ରାଜଭେଲ ରାଜ୍ଙ୍କୁ ମ୍ୟାରେଜ୍
- ୨୦୨୭ ଦିନିକିଆ ୱାର୍ଲ୍ଡ କପ୍ ପରେ କୋହଲି ନେବେ କି ସନ୍ନ୍ୟାସ ? ପିଲାଦିନର କୋଚ୍ ରାଜକୁମାର କଲେ ବଡ଼ ଖୁଲାସା
- Ramayana Enters Oscars Race: ଓସ୍କାର ଦୌଡ଼ରେ ରଣବୀରଙ୍କ ‘ରାମାୟଣା’! ବକ୍ସ ଅଫିସରେ କରୁଛି ରାଜ୍, ୬ ଦିନରେ ହାତେଇଲାଣି ୮୨୩ କୋଟିରୁ ଅଧିକ…
- ‘MATRUBHUMI: May War Rest in Peace’ ପୁଣି ଭାଇଜାନ୍ଙ୍କ ଆକ୍ସନ ଅବତାର, ୪ ଡିସେମ୍ବରରେ ରିଲିଜ୍
- କିଟ୍ ଓ କିସ୍ ପରିଦର୍ଶନ କରି ଫେରିଲେ ଇସ୍ରାଏଲ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ
- IPL 2027: ୧୮ କୋଟିରେ ଟ୍ରେଡ, ପଞ୍ଜାବ କିଙ୍ଗସକୁ ଗଲେ ହାର୍ଦ୍ଦିକ…
- ODI ଓ TEST ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଦୁଇ ଭାଗ, ଜାଣନ୍ତୁ କେଉଁ ଖେଳାଳି କେଉଁ ଦଳରେ…
- Clash Over Wedding Feast: ବାହାଘର ଭୋଜି ଦେବାକୁ ମନା କରିବାରୁ ମହାଭାରତ! ଦୁଇ ପକ୍ଷ ମଧ୍ୟରେ ପଥରମାଡ଼, ଆପଣ ବି କାରଣ ଜାଣି ହସିବେ…
- ଗ୍ବାଲିୟର ହାଇକୋର୍ଟକୁ ବୋମା ଧମକ, ଟାର୍ଗେଟରେ ଦିଲଜିତଙ୍କ କନସର୍ଟ…
- CRPF କିଣିବ ‘କାମିକେଜ ଡ୍ରୋନ୍’; ଜମ୍ମୁ ଓ କାଶ୍ମୀର ଏବଂ ମଣିପୁରରେ ହେବ ମୁତୟନ
Comments are closed.