Latest Odisha News

୪ କୁଖ୍ୟାତ ବାଘ ଶିକାରୀ ଗିରଫ

ମୟୂରଭଞ୍ଜ:୪ କୁଖ୍ୟାତ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ । ଗତ କିଛି ବର୍ଷ ଧରି ଏହି ଶିକାରୀ ମାନେ ଜଙ୍ଗଲରେ ମହାବଳ ବାଘ ଶିକାର କରୁଥିଲେ । ଗିରଫ ଶିକାରୀମାନେ ହେଲେ ଥୁପୁଲ ହେମ୍ବ୍ରମ, ନିତାଇ ମୁର୍ମୁ, ମହାତୋ କିସ୍କୁ ଓ ସାରୁ ମୁର୍ମୁ । ଏହି ଘଟଣା ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ଘଟିଛି ।

ଖବର ମୁତାବକ, ଗିରଫ ଏହି ଶିକାରୀ ମାନେ ଅନେକ ବର୍ଷ ଧରି ଚମଡ଼ା ଓ ଦାନ୍ତକୁ ବିକି ମାଲେମାଲ ହେଉଥିଲେ । ପ୍ରାୟ ଅଢେଇ ବର୍ଷ ତଳେ ମହାତୋ କିସ୍କୁଙ୍କଠାରୁ ମହାବଳ ବାଘ ଚମଡ଼ାକୁ କ୍ରାଇମବ୍ରାଞ୍ଚ ଜବତ କରିଥିଲା । ହେଲେ ମହାତୋ କୌଶଳ କ୍ରମେ କ୍ରାଇମବ୍ରାଞ୍ଚ କବଳରୁ ଖସି ଯିବାକୁ ସକ୍ଷମ ହୋଇଥିଲେ ।

ଏବେ ବନ ବିଭାଗ ତାଙ୍କୁ କାବୁ କରିଥିବା ବେଳେ ଏହାପରେ କ୍ରାଇମବ୍ରାଞ୍ଚର ଏସଟିଏଫ୍‌କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି ।

Comments are closed.