Latest Odisha News

BREAKING NEWS

କୁଆଡ଼େ ଗଲେ ୪ ବାଘ ? ବର୍ଷେ ହେଲାଣି ଖୋଜୁଛି ବନ ବିଭାଗ

ଜୟପୁର: ରାଜସ୍ଥାନର ରଣଥମ୍ବୋର ଜାତୀୟ ପାର୍କରୁ ୪ଗୋଟି ବାଘ ରହସ୍ୟଜନକ ଭାବେ କୁଆଡ଼େ ଗାଏବ ହୋଇଯାଇଛନ୍ତି । ବାଘ ଟି-୬୪, ବାଘ ଟି-୭୩ ସହ ତାର ୨ଟି ଶାବକଙ୍କ ବାବଦରେ ଗତ ଏକ ବର୍ଷ ହେଲା କିଛି ଖବର ମିଳୁନାହିଁ । ସୂତ୍ର ଅନୁସାରେ, ବାଘଗୁଡ଼ିକ ଅଣ-ପର୍ଯ୍ୟଟନ ଅଞ୍ଚଳରୁ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଗ୍ରାମବାସୀ ବାଘଙ୍କୁ ବିଷ ଦେଇ ମାରି ଦେଇଥିବା ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।

Four Tigers Mysteriously Disappeared From Ranthambore National Park  Rajasthan

ନିଖୋଜ ବାଘଙ୍କୁ ନେଇ ବନ ବିଭାଗ ଚିନ୍ତାରେ ରହିଛି । ବନ ବିଭାଗର ମୁଖ୍ୟ ସଂରକ୍ଷକ କହିଛନ୍ତି- ସେ ଘଟଣା ବିଷୟରେ ଅବଗତ ନଥିଲେ । ଏନେଇ ସେ ଉପ-ବନ ସଂରକ୍ଷକଙ୍କ ସହ ପୂରା ମାମଲା ନେଇ ଆଲୋଚନା କରିବେ ।

୪ ନିଖୋଜ ବାଘଙ୍କୁ ଖୋଜିବା ଲାଗି ବନ ବିଭାଗ ପୂରା ଉଦ୍ୟମ କରୁଛି । ଶିକାରୀଙ୍କୁ ଉପରେ ନଜର ରଖିବାକୁ ଜାତୀୟ ଉଦ୍ୟାନରେ କ୍ୟାମେରା ମଧ୍ୟ ଲାଗିଛି । ଏଥିସହ ବନ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଶିକାରୀଙ୍କ ସହ ବନ୍ୟଜନ୍ତୁଙ୍କ ଉପରେ ନଜର ରଖିବ । ତେବେ ଏଯାଏଁ ନିଖୋଜ ବାଘଙ୍କ ବାବଦରେ କୌଣସି ସୂଚନା ମିଳିପାରି ନାହିଁ ।

Leave A Reply

Your email address will not be published.