Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାରେ ରହିଛି ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ସଡ଼କ; ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଏକ ଅନୁସନ୍ଧାନ ଅଧ୍ୟୟନ ଅନୁଯାୟୀ ଦକ୍ଷିଣ ଆଫ୍ରିକା ଯାତାୟାତ ନିମନ୍ତେ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ଭାବରେ ସ୍ଥାନିତ ହୋଇଛି। ଦକ୍ଷିଣ ଆଫ୍ରିକାରେ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ରହିଥିବା ବେଳେ ଚତୁର୍ଥ ସ୍ଥାନରେ ରହିଛି ଭାରତ।

ଅଧ୍ୟୟନରେ ୫୬ ଟି ଦେଶର ତାଲିକା ମଧ୍ୟରେ ଥାଇଲ୍ୟାଣ୍ଡ ଦ୍ୱିତୀୟ ସ୍ଥାନରେ ଏବଂ ଆମେରିକା ତୃତୀୟ ସ୍ଥାନ ଅଧିକାର କରିଛି।

ବିଶ୍ବର ସବୁଠାରୁ ସୁରକ୍ଷିତ ରାସ୍ତା ନରୱେରେ ରହିଛି। ଯେଉଁଠାରେ ଗାଡି ଚଳାଇବା ଅସହଜ ମନେ ହୋଇନଥାଏ। ଏହାର ପଡୋଶୀ ଦେଶ ସ୍ୱିଡେନ ତୃତୀୟ ସୁରକ୍ଷିତ ରାସ୍ତା ଥିବାବେଳେ ଜାପାନ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ଏହି ଅନୁସନ୍ଧାନ ଅନୁଯାୟୀ ଗାଡିରେ ଯାତ୍ରା କରିବା ସମୟରେ ସିଟ୍ ବେଲ୍ଟ ବ୍ୟବହାର କରୁ ନଥିବା କାର ଚାଳକଙ୍କ ମୃତ୍ୟୁ ହାର ଅଧିକ ରହିଛି ଏବଂ ଏହାଛଡ଼ା ମଦ୍ୟପାନ ଦ୍ବାରା ଅଧିକ ଲୋକ ଦୁର୍ଘଟଣାର ଶିକାର ହେଉଥିବା ଜଣାପଡ଼ିଛି।

କିନ୍ତୁ ଜୁଟୋବିଙ୍କ ଅନୁସନ୍ଧାନକୁ ଜଷ୍ଟିସ୍ ପ୍ରୋଜେକ୍ଟ SA (JPSA) ନାମକ ଏକ ଏନଜିଓ ଚ୍ୟାଲେଞ୍ଜ କରିଛି ଯାହା ଦକ୍ଷିଣ ଆଫ୍ରିକାରେ ସଡକ ଟ୍ରାଫିକ୍ ନିୟମ ଏବଂ ସେଗୁଡିକର କାର୍ଯ୍ୟକାରିତାକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.