Latest Odisha News

BREAKING NEWS

୪ ବର୍ଷୀୟ ଝିଅକୁ ଦୁଷ୍କର୍ମ କରି ଆଖୁ କିଆରିରେ ଫିଙ୍ଗି ଦେଲା ଯୁବକ

ମଧ୍ୟପ୍ରଦେଶ : ପୁଣି ସାମ୍ନାକୁ ଆସିଲା ଦୁଷ୍କର୍ମ ଅଭିଯୋଗ। ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିବା ଘଟଣା ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଚେତ ଅବସ୍ଥାରେ ଶିଶୁ କନ୍ୟାକୁ ଆଖୁ କିଆରିରୁ ଉଦ୍ଧାର କରାଯାଇଛି । ଏନେଇ ଚିକିତ୍ସା ପାଇଁ ତାଙ୍କୁ ଇନ୍ଦୋରର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଶିଶୁ କନ୍ୟାଟି ଜସୱାଡି ସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଥିବା ବେଳେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ପୁଲିସ୍‌କୁ ଖବର ଦେବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଯାଞ୍ଚ ବେଳେ ସ୍ଥାନୀୟ ଗୋଟିଏ ରେଷ୍ଟୁରାଣ୍ଟରେ ଓ୍ବେଟର ଭାବେ କାମ କରୁଥିବା ରାଜକୁମାର ସିଂହଙ୍କୁ ଉଠାଇ ନେଇଥିଲା ପୋଲିସ । ଜେରା ସମୟରେ ଯୁବକ ଜଣକ ସବୁ ସତ କଥା ମାନି ଯାଇଥିଲେ । ଯୁବକ ଜଣକ ପୀଡ଼ିତଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବା ସହ ଗୋଟିଏ ଖଟିଆ ଭଡ଼ାରେ ଆଣିଥିଲା। ପରେ ଶିଶୁ କନ୍ୟାଟି ଶୋଇଥିବା ଅବସ୍ଥାରେ ଆଖୁ କିଆରି ବୁଦାକୁ ଆଣି ତା ସହ ଦୁଷ୍କର୍ମ କରିଥିଲା ବୋଲି ପୋଲିସ କୁ କହିଥିଲା।

ପୋଲିସ କହିବା ଅନୁଯାୟୀ ପ୍ରଥମେ ପୀଡ଼ିତାଙ୍କୁ ଖଣ୍ଡଓ୍ବା ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ ଇନ୍ଦୋର ସ୍ଥାନାନ୍ତର କରାଯାଇଛି। ଏନେଇ ଅଭିଯୁକ୍ତ ନାଁରେ ୩୬୩ ଦଫାରେ ମାମଲା ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ୩୭୬ ଓ ପୋକ୍ସୋ ଆକ୍ଟରେ ମାମଲା କରାଯାଇଛି। ଘଟଣାରେ ଆଉ ଜଣେ ସାମିଲ ଥିବା ଅଭିଯୁକ୍ତ ଜଣକ କହିଛି। ହେଲେ ସେ ସମ୍ପର୍କରେ ମୁହଁ ଖୋଲିନାହିଁ।

 

 

Comments are closed.