Latest Odisha News

BREAKING NEWS

ଖରସ୍ରୋତା ନଦୀରେ ୭ ଜଣ ବୁଡିଯିବା ଘଟଣା : ଚତୁର୍ଥ ଜଣକ ମୃତ ଦେହ ଉଦ୍ଧାର

ଯାଜପୁର  : ଖରସ୍ରୋତା ନଦୀରେ ଗତକାଲି ପିଲାମାନେ ବୁଡିଯିବା ଘଟଣା । ଖରସ୍ରୋତା ନଦୀରେ ୭ ଜଣ ବୁଡି ଯାଇଥିଲେ । ଚତୁର୍ଥ ଜଣଙ୍କ ମୃତ ଦେହ ଏବେ ଉଦ୍ଧାର ହୋଇଛି । । ଅଗ୍ନିସମ ବାହିନୀ କର୍ମଚାରୀ ମାନେ ୨୪ ଘଣ୍ଟା ହେବ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସକାଳେ ଅଗ୍ନିସମ ବାହିନୀ କ୍ରିଷ୍ଣା ଜେନାଙ୍କ ମୃତ ତେହ ଉଦ୍ଧାର କରିଥିଲେ ।ଏବେ ଆଉ ଜଣଙ୍କ ମୃତ ଦେହ ମିଳିଛି । ଏହା ପୂର୍ବରୁ ଶୁଭମ୍ ଜେନା ଓ ସୁବ୍ରତ ଜେନାଙ୍କ ମୃତ ଦେହ ମିଳିଥିଲା ।

ସୂଚନା ଅନୁସାରେ ଏବେ ରାହୁଲ ଜେନା ଓ ବବୁଲୁ ଜେନା ନିଖୋଜ ଅଛନ୍ତି ।ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛିା ପରିବାର ଲୋକ ପିଲାମାନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ସେପଟେ ଗତକାଲି ଉଦ୍ଧାର ହୋଇଥିବା ଅମିତ ଜେନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଏବେ ମୃତକଙ୍କ ସଂଖ୍ୟା ୪ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.