Latest Odisha News

BREAKING NEWS

ଇମ୍ରାନ ଖାନ ଓ ପତ୍ନୀଙ୍କୁ ଆଉ ୭ ବର୍ଷ ଜେଲ୍

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଆଉ ୭ ବର୍ଷ ଜେଲ । ଅଣ-ଇସଲାମିକ ବିବାହ ମାମଲାରେ କୋର୍ଟ ଉଭୟଙ୍କୁ ୭ ବର୍ଷ ଜେଲ ଦାଣ୍ଡରେ ଦଣ୍ଡିତ କରିଛନ୍ତି । ବୁଶରାଙ୍କ ପ୍ରଥମ ସ୍ୱାମୀ ଖାଓ୍ଵାର ମନେକା ଦୁଇଟି ବିବାହ ମଧ୍ୟରେ ଇଦ୍ଦାତ ପାଳନ କରିବାର ପ୍ରଥା ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଥିଲେ।ମାମାଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ବିବାହ ପୂର୍ବରୁ ବି ଇମ୍ରାନଙ୍କ ସହ ବୈବାହିକ ସମ୍ପର୍କ ଥିବା ଅଭିଯୋଗ ଆଣିଥିଲେ ତାଙ୍କ ପୂର୍ବତନ ପତ୍ନୀ ରେହମ । ଆଡିଆଲା ଜେଲରେ ଦୀର୍ଘ ୧୪ ଘଣ୍ଟାର ଶୁଣାଣି ପରେ ଗତକାଲି ରାତିରେ ନିମ୍ନ ଅଦାଲତ ଶୁଣାଣି ଶେଷ କରି ଏହି ରାୟ ଶଣାଇଥିଲେ ।

ଗତ ସପ୍ତାହରେ ଇମ୍ରାନ୍ ଖାନ୍ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କୁ ଗୋପନୀୟ ତଥ୍ୟ ଲିକ୍ କରିବା ଅଭିଯୋଗରେ ୧୦ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଅଫିସିଆଲ ସିକ୍ରେଟ୍ ଆକ୍ଟ ଅଧୀନରେ ଗଠିତ ସ୍ୱତନ୍ତ୍ର ଅଦାଲତ ଉଭୟଙ୍କୁ ଗୋପନୀୟ ତଥ୍ୟ ଲିକ୍ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ଇମ୍ରାନ ଖାନ ଓ ଶାହ ମେହମୁଦ କୁରେଶୀ ରାୱଲପିଣ୍ଡିର ଆଡିଆଲା ଜେଲରେ ଅଛନ୍ତି।

Leave A Reply

Your email address will not be published.