Latest Odisha News

BREAKING NEWS

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ ଶ୍ରୀକ୍ଷେତ୍ରକୁ ଗଡିଲା ଟ୍ରେନ୍

ସୋନପୁର: ଦେଶର ରେଳ ମାନଚିତ୍ରରେ ଯୋଡ଼ି ହେଲା ସୋନପୁର । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଦୀର୍ଘ ଦିନର ଦାବିକୁ ପୁରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କଳା ସଂସ୍କୃତିର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ ସିଧା ସଳଖ ଶ୍ରୀ କ୍ଷେତ୍ର ପୁରୀକୁ ଗଡିଲା ପୁରୀ-ସୋନପୁର-ପୁରୀ ଏକ୍ସପ୍ରେସ । ପତାକା ଦେଖାଇ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି ।

ଜିଲ୍ଲା ଗଠନର ତିନି ଦଶନ୍ଧୀ ପରେ ରେଳ ସୁବିଧା ପାଇଲେ ଜିଲ୍ଲା ବାସୀ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆସି ଆଭାସି ମଧ୍ୟମରେ ଲୋକାର୍ପଣ କରିଛନ୍ତି ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ସୋନପୁର ଷ୍ଟେସନ । ଏହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନର ଏକ ଅଂଶ ହେଉଛି ସୁବର୍ଣ୍ଣପୁରରୁ ବଲାଙ୍ଗୀର ରେଳ ଲାଇନ । ଏହି ପ୍ରକଳ୍ପର କାର୍ଯ୍ୟ ଉଭୟ ପଟୁ ଚାଲୁଥିବା ବେଳେ ବଲାଙ୍ଗୀରରୁ ସୋନପୁର ୫୦କିମି ରେଳ ଲାଇନ ନିର୍ମାଣ କାମ ସରିଛି । ପରିକ୍ଷା ନିରିକ୍ଷା ପରେ ଆଜି ରେଳ ଲାଇନ ଓ ସୋନପୁର ଷ୍ଟେସନକୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।

ଏବେ ଦୈନିକ ଗୋଟିଏ ଟ୍ରେନ ସୋନପୁରରୁ ବଲାଙ୍ଗୀର ମଧ୍ୟରେ ଚଳାଚଳ କରିବ ଓ ଏକ ଟ୍ରେନ ସାପ୍ତାହିକ ଗୋଟିଏ ଦିନ ସୋନପୁରରୁ ପୁରୀକୁ ଚଳାଚଳ କରିବ । ଫଳରେ ସ୍ଥାନୀୟ ଜନସାଧାରଣ ଶ୍ରୀକ୍ଷେତ୍ର ପୁରୀକୁ ଜଗ୍ନନାଥଙ୍କୁ ଦର୍ଶନ କରିବା ପାଇଁ ଅତି ସହଜରେ ଯାଇପାରିବେ । ଏଥିପାଇଁ ଜିଲ୍ଲା ବାସୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

 

Leave A Reply

Your email address will not be published.