Latest Odisha News

BREAKING NEWS

ପାଇନାହାନ୍ତି ସୁଭଦ୍ରା? ତାହେଲେ ଜାଣନ୍ତୁ କ’ଣ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ଡିସେମ୍ବରରେ ସୁଭଦ୍ରାର ଚତୁର୍ଥ କିସ୍ତି ବା ପ୍ରଥମ ପର୍ଯ୍ୟାୟର ଶେଷ କିସ୍ତି ମିଳିବାକୁ ଥିବା ବେଳେ ଏନେଇ ଅନେକ ମହିଳା ଆଶା ବାନ୍ଧି ବସିଛନ୍ତି । ଏଥିର ସେମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଚଢିବ । ତେବେ ଡିସେମ୍ବରରେ ଟଙ୍କା କେବେ ମିଳିବ, ଆଉ କେଉଁମାନେ ପାଇବେ, ସେନେଇ ଦ୍ବନ୍ଦ୍ବ ରହିଥିବା ବେଳେ ଏହାକୁ ନେଇ ବଡ ଅପଡେଟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ କିସ୍ତି ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଅର୍ଥାତ୍ ଏବେ ଚତୁର୍ଥ ପର୍ଯ୍ୟାୟ ଯଙ୍କା ମିଳିବନି ବୋଲି ସେ କହିଛନ୍ତି । ଯେହେତୁ ଏବେ ଯାଞ୍ଚ ପ୍ରକ୍ରିୟା ଚାଲିଛି ତେଣୁ ଚତୁର୍ଥ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି । ସବୁ ପ୍ରକାର ଯାଞ୍ଚ ସରିଲେ, ଚତୁର୍ଥ ପର୍ଯ୍ୟାୟ ପ୍ରଦାନ କରାଯିବ । ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଏଏତିସହିତ ଯେଉଁମାନଙ୍କର ବି କିଛି ଭୁଲ୍ ରହିଛି, ସୁଭଦ୍ରା ପାଇବାରୁ ଏବେବି ହିତାଧିକାରୀ ବଞ୍ଚିତ ରହିଛନ୍ତି, ସେମାନେ ସଭୁଦ୍ରାର ଅଫିସିଆଲ ପୋର୍ଟାଲରେ ଅଭିଯୋଗ କରନ୍ତୁ ବୋଲି ପରାମର୍ଶ ଦେିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହିତ ଯଦି ବାୟୋମେଟ୍ରିକରେ ଇ-କେଓ୍ବାଇସି  ଶେଷ ଦେଖାଉଛି, ତାହାଲେ ଅଚିନ୍ତା ରୁହନ୍ତୁ । ଆଉ ଯଦି ବି ଓଟିପି ଜରିଆାରେ ଇ-କେଓ୍ବାଇସି କରିଛନ୍ତି ତାହେଲେ ଆଉ ଥରେ ବାୟୋମେଟ୍ରିକ୍ ଦ୍ବାରା ଇ-କେଓ୍ବାଇସି ଭରନ୍ତୁ । ଏଥିସହିତ ସେ ଆହୁରି କହିଛନ୍ତି, ଗାଁରେ ଏବେ ଫିଲ୍ଡ ଭେରିଫିକେସନ୍ ଚାଲିଛି, ସମସ୍ତେ ସହଯୋଗ କରନ୍ତୁ । ବ୍ଲକ ଅଫିସ, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ଅଭିଯୋଗ ଜଣାନ୍ତୁ । ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେକ୍ଟ ଲିଷ୍ଟରେ ନାଁ ଆସିବ । ଭୁଲବଶତଃ ଉଲ୍ଲେଖ କରିଥିଲେ ପୋର୍ଟାଲ ଜରିଆରେ ଅଭିଯୋଗ କରନ୍ତୁ । ସବୁ ପ୍ରକାର ଯାଞ୍ଚ ସରିଲେ, ୪ର୍ଥ ପର୍ଯ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Comments are closed.