Latest Odisha News

BREAKING NEWS

ଗିଲଙ୍କ ପରେ ଜାଡେଜା, ସୁନ୍ଦରଙ୍କ ଶତକ: ମ୍ୟାଚ ଡ୍ର, ଇଂଲଣ୍ଡ ନିରାଶ

ମାଂଚେଷ୍ଟର: ଏଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ କ୍ରିକେଟ ଟେଷ୍ଟ ଡ୍ରରେ ଶେଷ ହୋଇଛି । ଦ୍ୱିତୀୟ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ହାତରୁ ମ୍ୟାଚ ଛଡେଇ ଆଣିଥିଲେ । ଅଧିନାୟକ ଶୁଭମନ ଗିଲ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଶତକ ହାସଲ କରିଥିବା ବେଳେ କେଏଲ ରାହୁଲ ୯୦ ରନ କରିଥିଲେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ୩୧ ଜୁଲାଇରେ ଦି ଓଭାଲରେ ୫ମ ତଥା ଅନ୍ତିମ ଟେଷ୍ଟ ଖେଳାଯିବ ।

ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୩୫୮ ରନ ବଦଳରେ ଇଂଲଣ୍ଡ ୬୬୯ ରନ କରି ବୃହତ ଅଗ୍ରଣୀ ହାସଲ କରିଥିଲା । ଜୋ ରୁଟ ୧୫୦, ବେନ ଷ୍ଟୋକ୍ସ ୧୪୧ ଓ ବେନ ଡକେଟ ୯୪ ରନ କରିଥିଲେ । ଭାରତ ଦ୍ୱିତୀୟ ଇନିଂସରେ ୧୪୩ ଓଭର ବ୍ୟାଟିଂ କରିବା ସହ ୪ ୱିକେଟ ବିନିମୟରେ ୪୨୫ ରନ କରିଥିଲା । ଜାଡେଜା ଓ ସୁନ୍ଦର ଯଥାକ୍ରମେ ୧୦୭ ଓ ୧୦୧ ରନ କରି ଅପରାଜିତ ରହିଥିଲେ । ଅନ୍ତିମ ଟେଷ୍ଟରେ ଭାରତ ବିଜୟ ହାସଲ କରି ସିିରିଜ ଡ୍ର ରଖିବାକୁ ଚାହିଁବ । ଅପରପକ୍ଷରେ ଇଂଲଣ୍ଡ ଏହାକୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ ।

Comments are closed.