Latest Odisha News

BREAKING NEWS

ନୂଆ ଲକର ନିୟମ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଆରବିଆଇକୁ ୬ ମାସ ମହଲତ

ନୂଆଦିଲ୍ଲୀ: ବ୍ୟାଙ୍କ ଗୁଡିକରେ ନୂଆ ଲକର ନିୟମ ଆଣିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୬ମାସ ମଧ୍ୟରେ ନିୟମ ପ୍ରସ୍ତୁତ କରିବାକୁ ଆରବିଆଇକୁ ମହଲତ ଦିଆଯାଇଛି।

ସୁପ୍ରିମକୋର୍ଟ କହିଛନ୍ତି ଯେ ବ୍ୟାଙ୍କ ଗୁଡିକ ହେଉଛନ୍ତି ଲୋକଙ୍କ ସମ୍ପତ୍ତିର ଜଗୁଆଳି। ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କୋଲକାତା ଶାଖା ଗ୍ରାହକଙ୍କ ବିନା ଅନୁମତିରେ ତାଙ୍କ ଲକର ଖୋଲିଥିବା ନେଇ ସମ୍ପୃକ୍ତ ଗ୍ରାହକ ଅଭିଯୋଗ କରିଥିଲେ।

ଏହି ଘଟଣାରେ କୋର୍ଟ ବ୍ୟାଙ୍କ ଉପରେ ୫ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି। ତେବେ ଯେଉଁ ଅଧିକାରୀ ଙ୍କ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ସେ ଯଦି ଚାକିରି ରେ ଥାଆନ୍ତି, ତାହେଲେ ତାଙ୍କ ଠାରୁ ଜୋରିମାନା ବାବଦକୁ ଅର୍ଥ ଆଦାୟ କରାଯାଉ ବୋଲି କୋର୍ଟ କହିଛନ୍ତି।

ଅପରପକ୍ଷେ ଲୋକମାନେ ବ୍ୟାଙ୍କ ଉପରେ ବିଶ୍ୱାସ କରି ନିଜ ସମ୍ପତ୍ତି ରଖୁଥିବାରୁ ବ୍ୟାଙ୍କଗୁଡ଼ିକ ଲକରକୁ ନେଇ ଗ୍ରାହକଙ୍କ ଉପରେ ଏକପାଖିଆ ନିୟମ କିମ୍ବା ସର୍ତ୍ତ ଲଗାଇ ପାରିବେ ନାହିଁ।

Leave A Reply

Your email address will not be published.