Latest Odisha News

BREAKING NEWS

ଲଗାତାର ୧୨ ଦିନ ଧରି ତୈଳଦର ବୃଦ୍ଧି, ମାଲକାନଗିରିରେ ୯୬ ଛୁଇଁବ ପେଟ୍ରୋଲ

ଭୁବନେଶ୍ୱର: ଦରବୃଦ୍ଧି ସହ ବଢ଼ୁଛି ଆକ୍ରୋଶ । ଲଗାତାର ୧୨ ଦିନ ଧରି ତୈଳଦର ବୃଦ୍ଧି ଘଟିଛି । ଆଜି ପେଟ୍ରୋଲ ଲିଟର ପିଛା ୩୯ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୩୭ ପଇସା ବଢ଼ିଛି । ଏଥସହ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସର୍ବାଧିକ ଦର ଥିବା ମାଲକାନଗିରିରେ ପେଟ୍ରୋଲ ୯୬ ଟଙ୍କା ପାର୍ କରିବାକୁ ଯାଉଛି । ଆଜି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ୯୬ ପଇସା ଥିବାବେଳେ ଡିଜେଲ୍ ଲିଟର ପିଛା ୯୨ ଟଙ୍କା ୭୫ ପଇସା ରହିଛି ।

ରାଜ୍ୟର ୩୦ ଜିଲ୍ଲାର ପେଟ୍ରୋଲ୍ ଦର ୯୦ ଟଙ୍କା ଉପରେ ରହିଛି । ମାଲକାନଗିରି ପରେ ରାଜ୍ୟରେ ପେଟ୍ରୋଲର ସର୍ବାଧିକ ଦର ରହିଛି କୋରାପୁଟ ଜିଲ୍ଲାରେ । କୋରାପୁଟରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୯୫ ପଇସା ଥିବା ବେଳେ ଡିଜେଲ୍ ୯୧ ଟଙ୍କା ୭୮ ପଇସା ରହିଛି । ନବରଙ୍ଗପୁରରେ ପେଟ୍ରୋଲ ୯୪ ଟଙ୍କା ୮୯ ପଇସା, ରାୟଗଡ଼ାରେ ୯୪ ଟଙ୍କା ୩୩ ପଇସା ରହିଛି ।

ବିଗତ ୧୨ ଦିନ ହେଲା ତୈଳଦର ଲଗାତାର ବୃଦ୍ଧି ପାଇଛି । ୧୨ ଦିନ ମଧ୍ୟରେ ପେଟ୍ରୋଲ ଦାମ ୩ଟଙ୍କା ୬୪ ପଇସା ବଢ଼ିଥିବା ବେଳେ ଡିଜେଲ୍ ଦର ୪ ଟଙ୍କା ୧୯ ପଇସା ବୃଦ୍ଧି ପାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ୍ ଦର ୯୭ ଟଙ୍କା ପ୍ରତି ଲିଟର ରହିଛି ।

Leave A Reply

Your email address will not be published.