Latest Odisha News

BREAKING NEWS

ଇସ୍ତାହାର ପ୍ରସ୍ତୁତି ଲାଗି କଂଗ୍ରେସର ଜନମତ ସଂଗ୍ରହ: ଜଗତସିଂହପୁରରେ ଓପିସିସି ଟିମ୍

ଜଗତସିଂହପୁର: ଆଗାମୀ ବିଧାନସଭା ଏବଂ ଲୋକସଭା ନିର୍ବାଚନ ନିକଟତର ହେଉଥିବା ପରିପ୍ରେକ୍ଷୀରେ ଜନମତ ସଂଗ୍ରହ ଲାଗି ଓଡ଼ିଶା କଂଗ୍ରେସ ପକ୍ଷରୁ ବେଶ୍ ତତ୍ପରତା ପ୍ରକାଶ ପାଇବା ସହିତ ପ୍ରତିଶ୍ରୁତି ପତ୍ର ବଣ୍ଟନ ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମ ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଦଳ ସୋମବାର ଦିନ ଜଗତସିଂହପୁର ଜିଲ୍ଲା ଗସ୍ତ କରିଛନ୍ତି ।

ଏହିଦଳରେ ଛତିଶଗଡ଼ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଟି ଏସ ସିଂହଦେଓ ତଥା ସ୍ଥାନୀୟ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ସ୍ଥାନୀୟ ଜନସାଧାରଣ ତଥା ସମାଜର ବିଭିନ୍ନ ଗୋଷ୍ଠୀ ଏବଂ ସଂଗଠନମାନଙ୍କ ସହିତ ସେମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।

“କଂଗ୍ରେସର ଇସ୍ତାହାର ଜନସାଧାରଣଙ୍କ ଇସ୍ତାହାର ହେବ, ସମାଜରେ ଥିବା ସମସ୍ତ ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ, ଯୁବଗୋଷ୍ଠୀ ଏବଂ ଛାତ୍ରମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଇସ୍ତାହାର ପ୍ରସ୍ତୁତ କରିବ କଂଗ୍ରେସ । ତେଣୁ ଜନସାଧାରଙ୍କ ସହିତ ସିଧାସଳଖ ଆଲୋଚନା କରି ଜନମତ ଅନୁସାରେ ଏହି ଇସ୍ତାହାର ପ୍ରସ୍ତୁତ କରିବ କଂଗ୍ରେସ,” ବୋଲି ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଏହି କି ଯେ, ଓଡ଼ିଶା କଂଗ୍ରେସ ପକ୍ଷରୁ ଏକ ନୂତନ ପୋର୍ଟାଲ୍ ଆରମ୍ଭ ହୋଇଛି । କଂଗ୍ରେସ ଦଳ ଜନମତ ସଂଗ୍ରହ କରି ଏହାର ନିର୍ବାଚନ ଇସ୍ତାହାର ତିଆରି କରିବ ବୋଲି ଜାନୁଆରୀ ୧୪ ତାରିଖ ଠାରୁ ଏହି ପୋର୍ଟାଲଟି ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.