Latest Odisha News

BREAKING NEWS

କମୁଛି ଶୀତ, ଆସନ୍ତା ସପ୍ତାହରୁ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର : ଆସନ୍ତା ସପ୍ତାହରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ଓ ରାତ୍ରିର ତାପମାତ୍ରା ବୃଦ୍ଧି ଘଟିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ।

ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ ଝାରସୁଗୁଡା ବ୍ୟତୀତ ଓଡିଶାର ଅନେକ ସ୍ଥାନରେ ସୋମବାର ଦିନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଆଗାମୀ ୪ ଦିନ ଯାଏଁ ତଥା ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଜଳବାୟୁ ଶୁଷ୍କ ରହିବ । ଏହାବ୍ୟତୀତ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମଧରଣର ବର୍ଷା ସହ ଘଡଘଡି ତଥା ଝଡତୋଫାନ ହେବର ଆଶଙ୍କା ରହିଛି । ଏଥିସହିତ ଫେବୃଆରୀ ୧୬ ତାରିଖ ଆଡକୁ ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପ ବୃଷ୍ଟିପାତର ସମ୍ଭାବନା ମଧ୍ୟ ରହିଛି ।

ଅପରପକ୍ଷରେ “ବର୍ଷା କାରଣରୁ ରାତ୍ରିର ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ଏବଂ ଉପକୂଳ ଓଡିଶାରେ ତାପମାତ୍ରା ସାମାନ୍ୟରୁ ଟିକେ ଅଧିକ ରହିବ । ଏହାବ୍ୟତୀତ ରାଜ୍ୟରେ ଫେବୃଆରୀ ୧୬ ତାରିଖ ପରେ ଦିନ ଓ ରାତିର ତାପମାତ୍ରାରେ ଲଗାତାର ବୃଦ୍ଧି ଘଟିବ” ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.