Latest Odisha News

BREAKING NEWS

ପୋଲିସ ଗୁଳିରେ ନାବାଳକର ଜୀବନ ଯିବା ପରେ ସାରା ଦେଶରେ ଦଙ୍ଗା ପରିସ୍ଥିତି: ଜଳୁଛି ଫ୍ରାନ୍ସ

ପ୍ୟାରିସ:ପୋଲିସ ଗୁଳିରେ ଜଣେ ନାବାଳକଙ୍କ ଜୀବନ ଯିବା ପରେ ଫ୍ରାନ୍ସରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ   ୪ ଦିନ ହେଲା ଜଳୁଛି ଫ୍ରାନ୍ସ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଶୁକ୍ରବାର ୪୫ ହଜାର ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ଦଙ୍ଗାକାରୀମାନେ ଶହଶହ କୋଠା ଭାଙ୍ଗି ଦେବା ସହ ହଜାର ହଜାର ଗାଡିକୁ ଜାଳି ଦେଇଛନ୍ତି ।

ପ୍ୟାରିସରେ ଯାତାୟାତ ବନ୍ଦ ସମୟରେ ହୋଇଥିବା ଗୁଳିକାଣ୍ଡ ପରେ ହିଂସା ଉଗ୍ର ରୂପ ନେଇଛି । ଦଙ୍ଗାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ୟୁନିଟ ଏବଂ ଅନ୍ୟ ସୁରକ୍ଷାକର୍ମୀଙ୍କୁ ସାରା ଦେଶରେ ମୁତୟନ କରାଯାଇଛି । ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଏଲ ମୈକ୍ରାନ ୟୁରୋପୀୟ ସଂଘର ଶିଖର ସମ୍ମିଳନୀରୁ ଫେରି ଏକ ଜୁରୁରୀ ବୈଠକ ଡାକିଛନ୍ତି । ବୈଠକରେ ରାଷ୍ଟ୍ରପତି ଏହି ଘଟଣାର କଡା ନିନ୍ଦା କରିଛନ୍ତି ।

ଏଠି କହିରଖିବୁ, ଜୁନ ୨୭ ତାରିଖ ସକାଳ ୯ଟାରେ ଟ୍ରାଫିକ ଯାଞ୍ଚ ସମୟରେ ଫ୍ରାନ୍ସ ପୋଲିସ କାରରେ ଯାଉଥିବା ୧୭ ବର୍ଷର ନାହେଲ ଏମ ନାମକ ଏକ ବାଳକକୁ ଗୁଳି ମାରିଥିଲା । ଏହି ଘଟଣା ଘଟିଥିଲା ପ୍ୟାରିସର ନାନଟେରେ ଇଲାକାରେ । ପୋଲିସର କହିବା ଅନୁଯାୟୀ, କାରର ଟାୟରକୁ ଗୁଳି କରୁଥିବାବେଳେ ଏହା ଭୁଲରେ ବାଳକ ଦେହରେ ବାଜିଥିଲା । ପରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା, ପୋଲିସ କାରର ଡୋରଗୁ ଖୋଲି ଗୁଳି କରିଥିଲା । ଏହି ଘଟଣା ପରେ ପ୍ରଥମେ ପ୍ୟାରିସରେ  ହିଂସା ଦେଖିବାକୁ ମିଳିଥିଲା । ପରେ ଏହା ପୂରା ଫ୍ରାନ୍ସକୁ ବ୍ୟାପି ଯାଇଥିଲା ।

Leave A Reply

Your email address will not be published.