Latest Odisha News

ସ୍ୱାମୀଙ୍କ ପାଇଁ କାଳ ହେଲା ସ୍ତ୍ରୀଙ୍କ ସେଲଫି : ଅଡ଼ୁଆରେ ଏବେ ପୋଲିସ ବାବୁ

ଉତ୍ତରପ୍ରଦେଶ: ଶେଯ ଉପରେ ସଜାଇ ହୋଇ ରଖାଯାଇଛି ବିଡା ବିଡା ଟଙ୍କା । ଟଙ୍କା ସହ ସେଲଫି ଉଠା ମଧ୍ୟ ଚାଲିଛି ।  କେବଳ ପୋଲିସ ବାବୁ ନୁହଁ ତାଙ୍କ ସହ ପୁରା ପରିବାର ମଧ୍ୟ ସେଲଫି ଉଠାଇବାରେ ମସଗୁଲ । ପୁଣି ଫଟୋକୁ ସୋସିଆଲ ମିଡିଆରେ ମଧ୍ୟ  ଅପଲୋଡ୍ କରିବାକୁ ଭୁଲିନାହାନ୍ତି ବାବୁ ଜଣକ | ହେଲେ ବାବୁଙ୍କର ସେଲଫି ଉଠାଇବା ମଜା ଏବେ ତାଙ୍କ ପାଇଁ ସଜା ପାଲଟିଗଲା । ସୋସିଆଲ ମିଡ଼ିଆରେ ଭାଇରାଲ ଫଟୋକୁ ଦେଖି ପୋଲିସ ଡିପାର୍ଟମେଣ୍ଟରେ ହଇଚଇ ସୃଷ୍ଟି ହେଲା । ଆଉ ତା ପରେ ଆରମ୍ଭ ହେଲା ତନାଘନା ।

ସୂଚନା ମୁତାବକ, ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଫଟୋ ବେଶ୍ ଭଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ପୋଲିସ ବାବୁ ଓ ତାଙ୍କ ପରିବାର ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ ସହ ସେଲଫି ନେଉଛନ୍ତି । ତନାଘନା ପରେ ଜଣା ପଡ଼ିଲା ଯେ ଏହି ଫଟୋଟି ଉତ୍ତରପ୍ରଦେଶ ଉନ୍ନାଓ ଜିଲ୍ଲାର । ଆଉ ଫଟୋ ଉଠାଉଥିବା ପୋଲିସ ବାବୁ ଜଣକ ହେଉଛନ୍ତି ବେହଟା ମୁଜାଫର ଥାନା ଅଧିକାରୀ ରମେଶଚନ୍ଦ୍ର ସାହନି । ଆଉ ଫଟୋରେ ଥିବା ଅନ୍ୟ ସମସ୍ତେ ହେଉଛନ୍ତି ତାଙ୍କ ପତ୍ନୀ ଓ ଦୁଇ ପୁଅ,ଝିଅ । ଫଟୋଟି ସୋସିଆଲ ମିଡ଼ିଆରେ ଏତେ ପରିମାଣର ଭାଇରାଲ ହେଲା ଯେ ଫଟୋକୁ ଦେଖି ପୋଲିସ ଡିପାର୍ଟମେଣ୍ଟରେ ହଇଚଇ ସୃଷ୍ଟି ହୋଇଗଲା । ତାପରେ ଫଟୋଟିର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଏସପି । ଏହାପରେ ଥାନାବାବୁଙ୍କୁ ଡାକରା ଆସିଥିଲା । ତେବେ ରମେଶଙ୍କ କହିବା କଥା ଏହି ଫଟୋ ୨୦୨୧ ମସିହାର । ସେ ଏକ ଜମି ବିକି ଏହି ଟଙ୍କା ଆଣିଥିଲେ। ହେଲେ ଏତିକିରେ ଏସପିଙ୍କ ମନ ମାନିନଥିଲା । ଏବେ ରମେଶଙ୍କୁ ଅନ୍ୟ ଥାନାକୁ ଟ୍ରାନ୍ସଫର କରାଯାଇଥିବା ସୂଚନା ମିଳିଛି ।

ଫଟୋରେ ଥିବା ଟଙ୍କା ପାଖାପାଖି ୧୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସେପଟେ ଜଣେ ଏସଏଚଓଙ୍କ ପରିବାର ଏତେ ଟଙ୍କା କେଉଁଠୁ ଆଣିଲେ ତାକୁ ନେଇ ତନାଘନା ଆରମ୍ଭ ହୋଇଛି ।

 

 

 

Leave A Reply

Your email address will not be published.