Latest Odisha News

୪ର୍ଥ ରାଷ୍ଟ୍ର ଭାବେ ଫ୍ରାନ୍ସରେ କରୋନା ମୃତ୍ୟୁ ସଂଖ୍ୟା ୨୦ ହଜାର ଛୁଇଁଲା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାର ପ୍ରଭାବରେ ଏହି ଭାଇରସ ମୃତ୍ୟୁ ସଂଖ୍ୟା ଆମେରିକାରେ ସର୍ବାଧିକ ରହିଥିବା ବେଳେ ବିଶ୍ବର ୪ର୍ଥ ସ୍ଥାନରେ ଫ୍ରାନ୍ସ ରହିଛି।

ଏନେଇ ଏଏନଆଇ ନ୍ୟୁଜ ସରବରାହ ସଂସ୍ଥା ରିପୋର୍ଟରୁ ଜଣାପଡିଛି।

 

କରୋନାଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ୫୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଯାହା ଫଳରେ ସେଠାରେ ମୋଟ୍ ମୃତକଙ୍କ ସଂଖ୍ୟା ୨୦,୨୦୦ ଟପିଛି।

ଆହୁରି ମଧ୍ୟ ଫ୍ରାନ୍ସରେ କରୋନା ସକ୍ରୀୟ ମାମଲା ୩୭  ହଜାରରେ ପହଞ୍ଚିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷରୁ ଅଧିକ ରହିଛି ।

ସେହିପରି ବର୍ତ୍ତମାନ ସମୟରେ ଆମେରିକାରେ ମୃତକଙ୍କ ସଂଖ୍ୟା ୪୨ ହଜାରରେ ପହଞ୍ଚିଥିବା ବେଳେ ପ୍ରାୟ ୭ ଲକ୍ଷ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

ତେବେ ବିଶ୍ବରେ କରୋନାଭାଇରସ ପ୍ରଭାବିତ ପ୍ରଥମ ଦେଶ ଭାବେ ଆମେରିକା ରହିଥିବା ବେଳେ ଇଟାଲୀ ଓ ସ୍ପେନ ୨ୟ ଏବଂ ୩ୟ ସ୍ଥାନରେ ରହିଛନ୍ତି।

Comments are closed.